କନକ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର -୨୦୧୮ ଘୋଷଣା ହୋଇଛି । ବିଶିଷ୍ଟ ସଂଳାପକାର ବିଜୟ ମିଶ୍ରଙ୍କୁ ମିଳିବ ସମ୍ମାନଜନକ ଜୟଦେବ ପୁରସ୍କାର । ଭିଜା ମାଟିର ସ୍ୱର୍ଗକୁ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚନା କରାଯାଇଛି । ସେହିଭଳି ‘ଭିଜାମାଟି’ର ସ୍ୱର୍ଗ ପାଇଁ ମିହିର ଦାସ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ । ଚାମ୍ପିୟନରେ ଦାମଦାର ଅଭିନୟ ଲାଗି ଅର୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି ।

Advertisment

mihir das byte on casting couch

ଏହି ଫିଲ୍ମ ଅଧିକାଂଶ କ୍ୟାଟେଗୋରୀରେ ପୁରସ୍କାର ହାସଲ କରିଛି । ଫିଲ୍ମ ପାଇଁ ମନମୋହନ ମହାପାତ୍ର ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି । ଏହି ଫିଲ୍ମ ଲାଗି ଅକ୍ଷୟ ପରିଜା ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର ପାଇବେ। ‘ଫେରିଆ କମବ୍ୟାକ୍’ ପାଇଁ ଶାନ୍ତିରାଜ ଖୋସଲାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିବ । ୭ ଜଣିଆ ଜୁରୀ ସଦସ୍ୟଙ୍କ ନିଷ୍ପତି ପରେ ଏହି ଘୋଷଣା କରାଯାଇଛି ।

publive-image

ସେହିପରି ଶାନ୍ତିରାଜ ଖୋସଲା ଶ୍ରେଷ୍ଠ  ସଙ୍ଗୀତ ନିର୍ଦ୍ଦେଶକ , ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର,  ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ କରୁଣାକର ଏବଂ ଶ୍ରେଷ୍ଠ ଗାୟିକାଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ ବୋଲି ଜଣାଯାଇଛି। ଶ୍ରେଷ୍ଠ କାହାଣୀକାରଭାବେ ଡି ନିରଞ୍ଜନ ରେଡ୍ଡୀ ଏବଂ  ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।