କିଡନୀରୁ ପଥର ହଟାଇବାର ଏହି ୩ଟି ଘରୋଇ ଉପାୟ ହେବ ଲାଭକାରୀ, କରିବାକୁ ପଡିବନି ସର୍ଜରୀ

593

କିଡନୀ ମାନବ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଗୋଟିଏ । କିଡନୀ ଆମ ଶରୀରରେ ଦୁଇ ପ୍ରକାରର କାମ କରେ । ପ୍ରଥମ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରେ ଓ ଦ୍ୱିତୀୟ ପାଣି, ଅନ୍ୟ ତରଳ ପଦାର୍ଥ, ରାସାୟନିକ ଓ ଖଣିଜର ସ୍ତରକୁ ବଜାୟ ରଖେ । ସୁସ୍ଥ ଜୀବନ ପାଇଁ କିଡନୀ ଠିକରେ କାମ କରିବା ଦରକାର । ଶରୀରରେ ପାଣିର ଅଭାବ ଦ୍ୱାରା ପଥୁରୀ ହେଶଇପାରେ । ଏହି ପଥର ମଟର ଆକାରର କିମ୍ବା ବିଶାଳ ବି ହୋଇପାରେ । ଏହା ସାଧାରଣତଃ କ୍ୟାଲସିୟମ ଅକ୍ସାଲେଟରେ ତିଆରି । ଏକ କ୍ରିଷ୍ଟଲୀୟ ସଂରଚନା ହୋଇଥାଏ । କିଡନୀରେ ପଥର ହେଲେ ଓଜନ କମିବା, ଜ୍ୱର, ହେମାଟୟୁରିଆ, ପେଟରେ ଯନ୍ତ୍ରଣା, ପରିଶ୍ରାରେ ସମସ୍ୟା ସୃଷ୍ଟି କରିପାରେ ।

ବିନା ସର୍ଜରୀରେ କିଡନୀରୁ ପଥର ହଟାଇବା କିଛି ଏହି ପ୍ରକାରର :

ଅଧିକ ପାଣି ପିଅନ୍ତୁ : ଜଳ ହିଁ ଜୀବନ । ଏହା ହାଇଡ୍ରେସନ ଲେଭେଲକୁ ବଜାୟ ରଖିବାରେ ସାହାଯ୍ୟ କରେ । ପାଣି କିଡନୀକୁ ଖଣିଜ ଓ ପୋଷକ ତତ୍ୱକୁ ଶେଷ କରିବାରେ ସାହାଯ୍ୟ କରେ । ଶରୀରରୁ ଅନାବଶ୍ୟକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟତା କରେ । ଏମିତି ଲୋକଙ୍କୁ ସାଧାରଣତଃ ଦିନକୁ ୭ରୁ୮ ଗ୍ଲାସ ପାଣି ପିଇବାକୁ ପରାମର୍ଶ ଦିଆଯାଏ ।

ଲେମ୍ବୁ ରସ ଓ ଅଲିଭ ଅଏଲ : ଏହି କମ୍ବିନେସନ ଆପଣଙ୍କ କିଡନୀରୁ ପଥରକୁ ବାହାର କରିବାରେ ବହୁତ ପ୍ରଭାବକାରୀ ଘରୋଇ ଉପାୟ । ଲେମ୍ବୁ ରସ କିଡନୀର ପଥରକୁ ଭାଙ୍ଗିବାରେ ସାହାଯ୍ୟ କରେ, ସେଇଠି ଅଲିଭ ତେଲ ଲ୍ୟୁବ୍ରିକେଣ୍ଟ ଭଳି କାମ କରେ ।

ଡାଳିମ୍ବ : ଡାଳିମ୍ବ ପୋଷକ ତତ୍ୱରେ ଭରପୁର । ଡାଳିମ୍ବ ରସ ଏକ ପ୍ରାକୃତିକ ପାନୀୟ ଓ ଏହା କିଡନୀର ପଥରକୁ ପ୍ରାକୃତିକ ରୂପେ ବାହାର କରିବାର ବି କାମ କରେ ।