କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା । ବିଜେପୁର ନିର୍ବାଚନମଣ୍ଡଳୀ ଭୋଟରଙ୍କ ପାଇଁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ ଦିନ ଓ ଭୋଟ ପରଦିନ ଛୁଟି ନେଇପାରିବେ ଭୋଟର ।
ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ତିନି ଦଳର ଶୀର୍ଷ ନେତା ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ଶେଷ ଥର ପାଇଁ ଭୋଟ ଅପିଲ କରିବେ ନେତା ଓ ପ୍ରାର୍ଥୀ ।