ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ବମିଖାଲ ଅଞ୍ଚଳର । ରାଜ୍ୟରେ ୯କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

3,906

କନକ ବ୍ୟୁରୋ: ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ବମିଖାଲ ଅଞ୍ଚଳର । ୩ ଆକ୍ରାନ୍ତ ନେଇ ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ତେବେ ୩ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।

ତେବେ ରାଜ୍ୟର ୯ ପଜିଟିଭ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଆକ୍ଟିଭ ଅଛନ୍ତି ଅର୍ଥାତ ଚିକିତ୍ସାଧୀନ ଅଛନ୍ତି । ଗତ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ୫ମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କଟକରେ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ବର୍ତ୍ତମାନ ଭୁବନେଶ୍ୱର ବମିଖାଲରେ ୩ ଜଣ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ମୋଟ ୯ ପଜିଟିଭରୁ ୭ଟି ମାମଲା ଭୁବନେଶ୍ୱରର ଥିବା ବେଳେ ୨ଟି ଭୁବନେଶ୍ୱର ବାହାରେ ଜଣାପଡିଛି । ଗୋଟିଏ ଭଦ୍ରକ ଏବଂ ଅନ୍ୟଟି କଟକରେ ଚିହ୍ନଟ ହୋଇଛି । ତେବେ ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଆଜି ଭୁବନେଶ୍ୱର, କଟକ, ଭଦ୍ରକକୁ ସଟଡାଉନ କରାଯାଇଛି । ୪୮ ଘଣ୍ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି ।