କନକ ବ୍ୟୁରୋ: ପୋଲିସକୁ ମହଙ୍ଗା ପଡିଲା ଜୋରଜବରଦସ୍ତି ଟଙ୍କା ଛଡାଇନେବା । ନିଲମ୍ବିତ ହେଲେ ଟାଙ୍ଗୀ ଥାନାର ୩ ପୋଲିସ୍ କର୍ମଚାରୀ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଟକ ଗ୍ରାମାଂଚଳ ଏସପି । ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ ଓ ଜଣେ କନେଷ୍ଟବଳ ରହିଛନ୍ତି । ତିନି ଜଣଙ୍କୁ ଗିରଫ କରାଯାଇଛି ଓ କିଛି ସମୟରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ, ଏହି ତିନି ଜଣ ଟାଙ୍ଗୀ ଥାନା ଅଂଚଳରେ ଜାତୀୟ ରାଜପଥର ସର୍ଦ୍ଦଳା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ । ସେହିସମୟରେ ଏକ ହୁଣ୍ଡା ସିଟି କାରରେ କୋଲକାତାରୁ ୩ଜଣ ଯୁବକ ପୁରୀ ବ୍ରହ୍ମଗିରି ଫେରୁଥିଲେ । ଢ଼ାବାରେ ଖାଇ ସାରି ସର୍ଦଳା ଛକ ନିକଟରେ ଗାଡି ଅଟକାଇ ଛିଡା ହୋଇଥିଲେ । ଏହି ସମୟରେ ସେମାନଙ୍କ ନିକଟରେ ହଠାତ୍ ପୋଲିସ୍ ପେଟ୍ରୋଲିଂ ଭ୍ୟାନ୍ ପହଁଚି ପଚରାଉଚରା କରିଥିଲା । ଏବଂ ସ୍ପେଶାଲ ବ୍ରାଂଚରୁ ଆସିଛୁ ।
ତୁମେ ମଦ ପିଇଛ, ତୁମକୁ କୋର୍ଟ ଚାଲାଣ କରାଯିବ । ଏଭଳି ଭୟଭୀତ କରି ଯୁବକଙ୍କଠାରୁ କାରର ଚାବି ଛଡାଇ ନେଇଥିଲେ । ତାପରେ କାରର ଡ୍ୟାସ ବୋର୍ଡ ଡିକି ଖୋଲି ସେଥିରେ ଥିବା ୧ଲକ୍ଷ ୪୭ ହଜାର ଟଙ୍କା ଲୁଟି ନେଇଥିଲେ । ସୋସିଆଲ ମିଡିଆରେ ଘଟଣା ଭାଇରାଲ ହେବା ପରେ କଟକ ଗ୍ରାମାଂଚଳ ଏସପି ଘଟଣାର ତଦନ୍ତ ପାଇଁ ଚୌଦ୍ୱାର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/POLICE-4.jpg)
/kanak/media/post_attachments/wp-content/uploads/2019/08/vlcsnap-2019-08-23-10h59m20s468-300x165.png)
/kanak/media/post_attachments/wp-content/uploads/2019/08/vlcsnap-2019-08-23-11h01m06s503-300x165.png)