ଭୋଟ୍ ଦେଉଛି ଓଡିଶା। ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୩% ମତଦାନ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

75

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ବେଶ ଉତ୍ସାହର ସହ ମତଦାନ କରୁଛନ୍ତି । ପ୍ରତି ବୁଥରେ ଭୋଟରଙ୍କ ଭିଡ ଦେଖିବାକୁ ମିଳୁଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟିଂ ହେଉଥିବା ବେଳେ ଭୋଟର ମଧ୍ୟ ବେଶ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି ।

ଭୋଟ ଗ୍ରହଣ ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ନିଘଣ୍ଟ ରହିଥିବା ବେଳେ ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୩ ପ୍ରତିଶତ ଭୋଟଗ୍ରହଣ କରାଯାଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେହିଭଳି କନ୍ଧମାଳରେ ୨୪ପ୍ରତିଶତ, ବରଗଡରେ ୩୪ ପ୍ରତିଶତ ମତଦାନ ହୋଇଥିବା ବେଳେ ସୁନ୍ଦରଗଡରେ ୩୦ ପ୍ରତିଶତ ଏବଂ ବଲାଙ୍ଗୀରରେ ୨୮ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଫିରିଙ୍ଗିଆ ବିସ୍ଫୋରଣରେ ପ୍ରାଣ ହରାଇଥିବା ତଥା ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ପୁଲିଂ କର୍ମଚାରୀ ସଂଯୁକ୍ତ ଦିଗାଲଙ୍କ ପରିବାର ଲୋକଙ୍କୁ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ଆର୍ଥିତ ସହାୟତା ମିଳିବ । ତେବେ ଏହାର ପରିମାଣ ପାଖାପାଖି ୩୦ ଲକ୍ଷ ଟଙ୍କା ହୋଇପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ତେବେ ଗୋଟିଏ ଗୋଟିଏ ସ୍ଥାନରେ ଇିଭିଏମ ମେସିନରେ ତ୍ରୁଟି ଦେଖାଯାଇଥିଲେ ମଧ୍ୟ ଭୋଟଗ୍ରହଣର ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।