କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦେଶର ମୋଟ୍ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହୋଇଛି । ତେବେ ଏହି ମତଦାନ ସମୟରେ ବିଭିନ୍ନ ରାଜ୍ୟର ଅନେକ ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ନିର୍ବାଚନୀ ହିଂସା ଉପୁଜିବା ଫଳରେ ତାମିଲନାଡୁର ମଦୁରାଇଠାରେ ଜଣେ ଏଆଇଏଡିଏମକେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ବର୍ତ୍ତମାନ ପୋଲିସ୍ ଫୋର୍ସ ମୂତୟନ ରହିଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ସିପିଏମ୍ ପ୍ରାର୍ଥୀ ମହମ୍ମଦ ସଲିମଙ୍କୁ ପଥର ଫିଙ୍ଗା ଯାଇଥିବା ଖବର ହସ୍ତଗତ ହୋଇଛି । ଏହାଛଡ଼ା କେନ୍ଦ୍ରୀୟ ବଳର ଯବାନ ନିୟୋଜିତ ହୋଇନଥିବା ମତଦାନ କେନ୍ଦ୍ରରେ ଶାସକ ଦଳ ଟିଏମସି ବୁଥକୁ କବଜା କରିବାର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।
ସେହିପରି ମଣିପୁରର ଏକ ମତଦାନ କେନ୍ଦ୍ରରେ ମଧ୍ୟ କିଛି ମତଦାତା ଓ ସିଆର୍ପିଏଫ୍ ଯବାନଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ କିଛି ମତଦାତା ମିଶି ସେଠାରେ ଥିବା ଇଭିଏମ୍ ମେସିନ୍କୁ ନଷ୍ଟ କରି ଦେଇଥିବା ସୂଚନା ରହିଛି । ଏହା ବ୍ୟତୀତ ଦେଶରେ ଅନେକ ସ୍ଥାନରେ ବଳପୂର୍ବକ କୌଣସି ଗୋଟିଏ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ ଚାପ ପକାଇବାରୁ ନେଇ ଇଭିଏମରେ ଗଡ଼ବଡ଼ ଯୋଗୁଁ ଗଣ୍ଡଗୋଳ ସମସ୍ୟା ବି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/general-elections-2019-d_660_041019061752.jpg)