ପୁଅ ଝିଅ ଗାଡି ଚଲାଇଲେ, ବାପା ମା’ ଗିରଫ ହେଲେ ! ନାବାଳକଙ୍କୁ ଗାଡି ଚଲାଇବାକୁ ଦେବା ପୂର୍ବରୁ ସାବଧାନ, ନହେଲେ ହୋଇପାରନ୍ତି ଗିରଫ ।

114

ଦେଶରେ ପ୍ରାୟତଃ ସମସ୍ତ ସହରରେ ନାବାଳକ ପିଲାମାନେ ଗାଡି ଚଲାଉଥିବାର ଦେଖିବାକୁ ମିଳିଥାଏ । ଏବଂ ଅଧିକାଂଶ ସମୟ ଏହାର କୁପରିଣାମ ମଧ୍ୟ ଦୁର୍ଘଟଣା ରୂପରେ ସାମ୍ନାକୁ ଆସିଥାଏ । ଆଉ ଏହା ପରେ ମଧ୍ୟ ବାପା ମା’ ମାନେ ପିଲାମାନଙ୍କୁ ଗାଡି ଚଲାଇବା ପାଇଁ ଅନୁମତି ଦେଇଥାନ୍ତି । କିନ୍ତୁ ଏହି ଘଟଣା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ହାଇଦ୍ରାବାଦ ପୋଲିସ । ପୋଲିସ ଏମିତି ୨୬ଜଣ ପିତା ମାତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଛି ଯେଉଁମାନେ ତାଙ୍କର ନାବାଳକ ପିଲାମାନଙ୍କୁ ଗାଡି ଚଲାଇବା ପାଇଁ ଦେଉଛନ୍ତି ।

ନାବାଳକ ପିଲାମାନେ ଗାଡି ଚଲାଉଥିବାରୁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ହାଇଦ୍ରାବାଦ ପୋଲିସ ଏପରି ଏକ ବିଶେଷ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ପୋଲିସ ଯେଉଁ ନାବାଳକ ପିଲାମାନେ ଗାଡି ଚଲାଉଛନ୍ତି ସେମାନଙ୍କୁ ଧରି ତାଙ୍କର ମାତା ପିତାଙ୍କୁ ହେଫାଜତରେ ନେଉଛି ।

୨୬ ଜଣ ମାତା ପିତାଙ୍କୁ ଜେଲ :

ହାଇଦ୍ରାବାଦ ଟ୍ରାଫିକ ପୋଲିସର ଜଏଣ୍ଟ କମିଶନର ଅନିଲ କୁମାର କହିଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ଅଦାଲତ ୨୦ଜଣ ଅଭିଭାବକଙ୍କୁ ଜେଲ ପଠାଇଥିଲେ । ଚଳିତ ମାସରେ ଏପର୍ଯ୍ୟନ୍ତ ୬ ଜଣ ଅଭିଭାବକଙ୍କୁ କୋର୍ଟ ଜେଲ ପଠାଇ ସାରିଲାଣି । ନାବାଳକ ପିଲା ଏବଂ ମାତା ପିତାଙ୍କୁ ସଚେତନ କରିବା ପାଇଁ ହାଇଦ୍ରାବାଦ ପୋଲିସ ଏପରି ଏକ ଅଭିଯାନ ଆରମ୍ଭ କରିଛି । ନାବାଳକ ମାନଙ୍କ ଗାଡି ଚଲାଇବା ଯୋଗୁଁ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ହାଇଦ୍ରାବାଦ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏପର୍ଯ୍ୟନ୍ତ ପାଖାପାଖି ୧,୦୭୯ ମାମଲା ଦାୟର ହୋଇ ସାରିଲାଣି ।

ଜଣେ ନାବାଳକଙ୍କୁ ମଧ୍ୟ ଜେଲ :

ହାଇଦ୍ରାବାଦ ଟ୍ରାଫିକ ପୋଲିସର ଜଏଣ୍ଟ କମିଶନର ଅନିଲ କୁମାର କହିଛନ୍ତି ଯେ, ଏକ ମାସ ପାଇଁ ଜଣେ ନାବାଳକଙ୍କୁ ମଧ୍ୟ ଜେଲ ପଠାଇ ଦିଆଯାଇଛି । ତେବେ ସମାଜକୁ ସଚେତନ କରିବା ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ଏଭଳି ବିଶେଷ ଅଭିଯାନ ଜାରି ରହିଛି । ଯେମିତିକି ନାବାଳକ ଏବଂ ନାବାଳିକା ପିଲାମାନଙ୍କୁ ସେମାନଙ୍କର ଅଭିଭାବକ ଗାଡି ଚଲାଇବାରୁ ନିବୃତ୍ତ ରଖିବେ । କାରଣ ଏହା ଦ୍ୱାରା ନାବାଳକ ମାନେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କର ମଧ୍ୟ ଅନେକ କ୍ଷତି କରାଉଛନ୍ତି ।

ତେବେ ହାଇଦ୍ରାବାଦ ପୋଲିସର ଏହି ଅଭିଯାନରେ କେବଳ ନାବାଳକ ପିଲା କିମ୍ବା ସେମାନଙ୍କର ଅଭିଭାବକ ନୁହେଁ ବରଂ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ ସେମାନଙ୍କୁ ମଧ୍ୟ ପୋଲିସ ନିଜ ଶିକାର ବନାଉଛି । ପୋଲିସର କହିବା କଥା, ନାବାଳକ ପିଲାମାନଙ୍କୁ ଗାଡି ହସ୍ତାନ୍ତର କରିବା ଅଭିଭାବକ ମାନଙ୍କର ଏକ ବଡ ଭୁଲ ଅଟେ । କୌଣସି ମଧ୍ୟ ନାବାଳକ ପିଲା କିମ୍ବା ବିନା ଡ୍ରାଇଭିଂ ଲାଇସେନରେ ଗାଡି ଚଲାଇବା ଏକ ଅପରାଧ ଅଟେ ।