ପ୍ରଥମ ଇନିଂସରେ ଭାରତ ୨୭୪ରେ ଅଲଆଉଟ୍ ! ବର୍ମିଂହାମରେ ବିରାଟଙ୍କ ବିରାଟ ପାଳି, କଲେ କ୍ୟାରିୟରର ୨୨ତମ ଶତକ ।

28

କନକ ବ୍ୟୁରୋ : ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ଅଧିନାୟକ ବିରାଟ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଦମଦାର ୧୪୯ ରନ ବଳରେ ଫଲୋଅନରୁ ରକ୍ଷା ପାଇଛି ଟିମ ଇଣ୍ଡିଆ । ଏକଦା ୧୪୮ ରନରେ ୬ ୱିକେଟ ହରାଇ ଭାରତୀୟ ଟିମ୍ ସଂଘର୍ଷ କରୁଥିବା ବେଳେ ଟେଲ ଏଣ୍ଡରଙ୍କୁ ସାଥୀ କରି ନିଜର ୨୨ ତମ ଶତକ ପୁରଣ କରିଥିଲେ କୋହଲି । ଆଉ ଏହାସହ ଭାରତ ୨୫୦ ରନ ପାର କରିଥିଲା ।

ଭାରତ- ଇଂଲଣ୍ଡ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବିରାଟ ୧୪୯ ରନ୍ କରି ଆଉଟ୍ ହୋଇଥିଲେ । ଏହା ବିରାଟଙ୍କ ୨୨ତମ ଟେଷ୍ଟ ଶତକ । ତେବେ କୋହଲିଙ୍କ ଶତକୀୟ ପାଳି ସତ୍ୱେ ଭାରତ ପ୍ରଥମ ପାଳିରେ ଇଂଲଣ୍ଡ ଠାରୁ ୧୩ ରନରେ ପଛୁଆ ରହିଛି । ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ୨୮୭ ରନ୍ କରିଥିଲା । ପରେ ବ୍ୟାଟିଂ କରି ଭାରତ ୨୭୪ ରନ କରି ଅଲଆଉଟ ହୋଇଯାଇଛି ।