ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ପାଇଁ ଏବେ ଆଉ କେଉଁଠିକୁ ଯିବାକୁ ପଡିବନି ଆଙ୍ଗୁଠି ଦବାଇ ହିଁ କରିପାରିବେ ସିଲିଣ୍ଡର ବୁକ୍ ! ଜାଣନ୍ତୁ କେମିତି ।

1,524

ୟୁଜର ନିଜର ଅଧିକ ସମୟ ସୋସିଆଲ୍ ମିଡିଆରେ ବିତାଇଥାନ୍ତି । ଏଥିପାଇଁ ସୋସିଆଲ୍ ମିଡିଆ ଆଜିର ସମୟରେ ଦ୍ରୁତ ଗତିରେ ବଢୁଥିବା ସାଇଟ୍ ହୋଇଯାଇଛି । ଏହି ସାଇଟରେ ୟୁଜରଙ୍କୁ ବିଭିନ୍ନ ପ୍ରକାର ଫିଚର୍ସ ଏବଂ ସେବା ମଧ୍ୟ ଯୋଗାଇ ଦିଆଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସାଇଟରେ ଖାଦ୍ୟ ଅର୍ଡର କରିବା,ବ୍ଲଡ୍ ଡୋନେଟ୍ କରିବା ସେବା ଯୋଗାଇ ଦିଆଯାଉଥିଲା କିନ୍ତୁ ଏଥିରେ ଆଉ ଏକ ସର୍ଭିସ୍ ଜଡିତ ହୋଇଛି ଯାହା ବହୁ ପୂର୍ବରୁ ହୋଇଥିଲେ ହେଁ କିଛି ଲୋକଙ୍କୁ ଏନେଇ ସବିଶେଷ ଧାରଣା ନାହିଁ । ତେବେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଯେ ଏକ ଖୁସିର ଖବର ତାହା କହିଲେ ଅତିରିକ୍ତ ହେବ ନାହିଁ । ଏବେ ଏହି ସାଇଟ୍ ଜରିଆରେ ଆପଣ ଗ୍ୟାସ୍ ମଧ୍ୟ ବୁକିଂ ହୋଇପାରିବ । ତେବେ ଆଜି ଆସନ୍ତୁ ଜାଣିବା ସୋସିଆଲ୍ ସାଇଟ୍ ଫେସବୁକ୍ ଏବଂ ଟ୍ୱିଟରରେ କିଭଳି ଭାବରେ ଗ୍ୟାସ୍ ସିଲିଣ୍ଡର ବିକ୍ରି କରିପାରିବେ ।

 

ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଫେସବୁକ୍ ପେଜରେ ଏଥିନେଇ ପୂର୍ବରୁ ଡିଟେଲ୍ସ ଦିଆଯାଇଥିଲା । ଏଥିରେ ଫେସବୁକ୍ ୟୁଜର୍ସ କେବଳ ଗୋଟିଏ କ୍ଲିକ୍ ରେ ହିଁ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ ଏଥିପାଇଁ ଫେସବୁକରେ ୩ ବୁକିଂଙ୍ଗ୍ ହିଷ୍ଟ୍ରି ଦେଖିବାକୁ ପଡିବ । ଏବେ ପର୍ଯ୍ୟନ୍ତ କେବଳ ଇଣ୍ଡିଆନ୍ ଅଏଲ୍ କରପୋରେସନ୍ ଏହି ସର୍ଭିସ୍ ଦେଇଛି । ସର୍ବପ୍ରଥମେ ନିଜ ଫେସବୁକ୍ ଆକାଉଣ୍ଟ୍ ଲଗ୍ ଇନ୍ କରନ୍ତୁ । ଏଥିରେ ଆପଣଙ୍କୁ ସର୍ଚ୍ଚରେ ଯାଇ ଆଇଓସିଏଲ୍ ଫେସବୁକ୍ ପେଜକୁ ଯିବାକୁ ପଡିବ । ଏବେ ତଳେ ଥିବା ବୁକ୍ ନାଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ କଣ୍ଟିନ୍ୟୁ ଆଜ୍ ସହ ଆଗକୁ ଯାଆନ୍ତୁ । ଏହାପରେ ନିଜ ଏଲପିଜି ଆଇଡିକୁ ଏଣ୍ଟର କରନ୍ତୁ । ଏବେ କଣ୍ଟିନ୍ୟୁ କ୍ଲିକ୍ କରି ଏଲପିଜି ବୁକ୍ କରନ୍ତୁ ।

 

ଟ୍ୱିଟରରେ ଗ୍ୟାସ୍ ସିଲିଣ୍ଡର କିପରି ବୁକ୍ କରିବେ : ଯଦି ଆପଣ ଟ୍ୱିଟର ଜରିଆରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନିଜ ଟ୍ୱିଟର ଆକାଉଣ୍ଟ ରେ ରେଜିଷ୍ଟର କରିବାକୁ ପଡିବ । ଏଥିପାଇଁ twitter @indanerefill#register ରେ ଯାଇ ଏହାପରେ ରିଫିଲ୍ କରିବା ପାଇଁ ବୁକିଙ୍ଗ୍ ଟ୍ୱିଟର @indanerefill #refill  କରିଦିଅନ୍ତୁ ।