କନକ ବ୍ୟୁରୋ: ତେଲେଙ୍ଗାନାରେ ପୁଣି ଟିଆରଏସ୍ ର ଦବଦବା । ତେଲେଙ୍ଗାନାରେ ଏବେବି ସବୁଠାରୁ ଅଧିକ ଲୋକପ୍ରିୟ ନେତା ହେଉଛନ୍ତି କେସିଆର । ଏହି ନିର୍ବାଚନରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେଲେଙ୍ଗାନର କେ.ଚନ୍ଦ୍ର ଶେଖର ରାଓ ଗାଜୱେଲ ବିଧାନସଭା ଆସନରୁ ୫୦ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭି.ପ୍ରତାପ ରେଡ୍ଡୀଙ୍କୁ ହରାଇଛନ୍ତି । ଯାହାକି ଦ୍ୱିତୀୟଥର ପାଇଁ ତେଲେଙ୍ଗାନାର କ୍ଷମତା ଡ଼ୋରୀ ସମ୍ଭାଳିବାକୁ ଯାଉଛନ୍ତି କେସିଆର ।
ସେପଟେ ଏହି ନିର୍ବାଚନ ଫଳାଫଳ କେସିଆରଙ୍କ ଲୋକପ୍ରିୟତାର ଗାଥା ବଖାଣିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆଗୁଆ ନିର୍ବାଚନ ପାଇଁ ୧୦ ମାସ ପୂର୍ବରୁ ବିଧାନସଭା ଭଙ୍ଗ କରି ବହୁ ଆଲୋଚନାର ଶିକାର ହୋଇଥିଲେ କେସିଆର। ପ୍ରଚାର ସମୟରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ କେସିଆରଙ୍କ ଉପରେ ବର୍ଷିଥିଲେ। କେସିଆର ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ବିରୋଧି ମାନେ ଟାର୍ଗେଟ କରିଥିଲେ । କିନ୍ତୁ ଏହି ସବୁ କେସିଆରଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପକାଇ ନାହିଁ । ବରଂ ଚଳିତ ନିର୍ବାଚନରେ ବିପୁଳ ଭୋଟ ପାଇ ବିଜୟ ହାସଲ କରି ବିରୋଧୀଙ୍କୁ ମୁହଁକୁ ଚୁପ୍ କରିଦେଇଛନ୍ତି କେସିଆର ।
ତେବେ ତେଲେଙ୍ଗାନାର ମୋଟ୍ ୧୧୯ ଆସନ ବିଶିଷ୍ଟ ଆସନରେ ଟିଆରଏସ ବହୁମତଠାରୁ ବହୁ ଅଧିକ ଆସନ ହାତେଇ ସରକାର ଗଠନ କରି ୮୭ଟି ଆସନ ପାଇ ମ୍ୟାଜିକ୍ ନମ୍ବର ଅତିକ୍ରମ କରି ବିରୋଧୀଙ୍କ ଶିବିରକୁ ଥରହର କରିଦେଇଛନ୍ତି କେସିଆର । ସେପଟେ କଂଗ୍ରେସ ଖାତାରେ ୨୨ଟି ଆସନ ଯାଉଥିବାବେଳେ ବିଜେପି ଖାତାକୁ ମାତ୍ର ୨ଟି ଆସନ ଯାଇଛି । ସେହିପରି ଅନ୍ୟାନ୍ୟ ଦଳକ ହାତରେ ଲାଗିଛି ମାତ୍ର ୯ଟି ସିଟ୍ ।