ଓଡିଶା ଛତିଶଗଡ ସୀମାନ୍ତ ଜଙ୍ଗଲ ପାଲଟିଛି ମୃତ୍ୟୁର ଉପତ୍ୟକା । କଳ୍ପନାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ଶହ ଶହ ଶବ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

ସେପଟେ ଅନୁପ ସାଏଙ୍କ ପୁତୁରାଙ୍କୁ ଆଜି ହାଜର ହେବାକୁ ନୋଟିସ

501

କନକ ବ୍ୟୁରୋ: ଓଡିଶା ଛତିଶଗଡ  ସୀମାନ୍ତ ଜଙ୍ଗଲ ପାଲଟିଛି ମୃତ୍ୟୁର ଉପତ୍ୟକା । କଳ୍ପନା ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ଶହ ଶହ ମୃତ ଦେହ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଅଂଚଳ ଜଙ୍ଗଲିଆ ହୋଇଥିବାରୁ  ଏଠି ଅନେକ ସମୟରେ ଅଚିହ୍ନା ମୃତଦେହ ପଡିଥିିବାର ଦେଖିବାକୁ ମିଳେ ।

ଅନ୍ୟପଟେ ୨୦୧୬ ହତ୍ୟାକାଣ୍ଡ ମାମଲାରେ ଅଧିକ ଛାନଭିନ ପାଇଁ ଓଡିଶାରେ ଛତିଶଗଡ ପୋଲିସ ।  ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ତାଙ୍କ ଆକାଉଂଟ୍ ଥିବା ଦୁଇଟି ବ୍ୟାଙ୍କରେ ଖୋଳତାଡ କରିଛି । ସେପଟେ ଅନୁପ ସାଏଙ୍କ ପୁତୁରାଙ୍କୁ ଆଜି ହାଜର ହେବାକୁ ନୋଟିସ କରାଯାଇଛି । ମୃତ କଳ୍ପନାଙ୍କ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଛତିଶଗଡର ଚକ୍ରଧରପୁର ଥାନାରେ ହାଜର ହେବାକୁ ପୋଲିସ ନୋଟିସ କରିଛି । ଏହାରି ଭିତରେ ଇନୋଭା ଗାଡିର ରହସ୍ୟ ସାମ୍ନାକୁ ଆସିବା ପରେ ହତ୍ୟାକାଣ୍ଡରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ସମେତ ଆଉ କିଛି ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି ।