ମହଙ୍ଗା ପଡିଲା ଭାରତ ବିରୋଧୀ ପୋଷ୍ଟ । ବନ୍ଦ ହେଲା ୨ଶହ ପାକିସ୍ତାନୀଙ୍କ ଟ୍ୱିଟର ଆକାଉଣ୍ଟ ।

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ ୨ଶହ ପାକିସ୍ତାନୀ ଟ୍ଵିଟର୍ ଆକାଉଣ୍ଟକୁ ବନ୍ଦ କରି ଦେଇଛି।

328

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇଯାଇଛି ପାକିସ୍ତାନ । କେବଳ ନେତା କି ମନ୍ତ୍ରୀ ମୁହଁନ୍ତି । ପାକିସ୍ତାନି ଲୋକମାନେ ମଧ୍ୟ ବିଚଳିତ ହୋଇଯାଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଭାରତକୁ ଟାର୍ଗେଟ କରି ବିବାଦିୟ ମନ୍ତବ୍ୟ ରଖୁଛନ୍ତି । ଠିକ ସେହି ଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଭାରତ ବିରୋଧରେ ବିବାଦିୟ ଟ୍ୱିଟ କରୁଥିବା ପ୍ରାୟ ୨ଶହ ପାକିସ୍ତାନୀଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।
ଲଗାତାର ଭାରତ ବିରୋଧୀ ପୋଷ୍ଟ୍ କରୁଥିବା ହେତୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ ୨ଶହ ପାକିସ୍ତାନୀ ଟ୍ଵିଟର୍ ଆକାଉଣ୍ଟକୁ ବନ୍ଦ କରି ଦେଇଛି। ପାକିସ୍ତାନରୁ ୨ଶହ ଟ୍ଵିଟର୍ ଆକାଉଣ୍ଟ୍ ବନ୍ଦ ହେବା ପରେ ଏବେ ପାକିସ୍ତାନୀମାନେ ଟ୍ଵିଟରରେ ଆଉ ଏକ ଟ୍ରେଣ୍ଡ୍ ଚଳାଇଛନ୍ତି। ଟ୍ଵିଟର୍ ପୋଷ୍ଟରେ #ଷ୍ଟପସସପେଣ୍ଡିଂପାକିସ୍ତନୀଜ୍ ଟ୍ରେଣ୍ଡ୍ ଚାଲିଛି।
କେବଳ ସେତିକି ନୁହେଁ, ଆକାଉଣ୍ଟଗୁଡ଼ିକ ବନ୍ଦ ହେବା ପରେ ପାକିସ୍ତାନ ଟେଲି କମ୍ୟୁନିକେସନ କର୍ତ୍ତୃପକ୍ଷ ପକ୍ଷରୁ ସୋମବାର ଟ୍ଵିଟରର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି।
ନିଲମ୍ବିତ ଆକାଉଣ୍ଟଗୁଡ଼ିକର ତାଲିକା ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍’ରେ ପ୍ରକାଶ ପାଇଛି। ସେଥିରୁ ଦେଖିବାକୁ ମିଳିଛି ଯେ ବନ୍ଦ ହୋଇଥିବା ଆକାଉଣ୍ଟଧାରୀଙ୍କ ମଧ୍ୟରେ କେତେ ଜଣ ସରକାର ଅଧିକାରୀ ମଧ୍ୟ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନରେ ‘ସେଭକଶ୍ମୀର ଫ୍ରମ ମୋଦୀ’ ଓ ଆହୁରି ଅନେକ କ୍ୟାପ୍ସନରେ ଭାରତ ବିରୋଧୀ ଟ୍ଵିଟ୍ ସବୁ ଦେଖିବାକୁ ମିଳିଥିଲା।