ଟ୍ୱେଣ୍ଟି-୨୦ ବିଶ୍ୱକପ ପାଇଁ ବାଜିଲା ବିଗୁଲ ! ଭାରତ ସହ ଲଢିବେ ଏହି ସବୁ ଦେଶ ।

1,161

ଆଗାମୀ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳଗୁଡିକୁ ନେଇ ଗ୍ରୁପର ଘୋଷଣା କରାଯାଇଛି । ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଇଂଲଣ୍ଡ, ଦକ୍ଷିଣଆଫ୍ରିକା ଏବଂ ଆଫଗାନିସ୍ତାନ ସହ ଭାରତକୁ ଗ୍ରୁପ-ବି ରେ ରଖାଯାଇଛି । ଏହି ବିଶ୍ୱକପ୍ ଅକ୍ଟୋବର ୨୪ ତାରିଖରେ ଆରମ୍ଭ ହେବାକୁ ଥିବାକୁ ବେଳେ ନଭେମ୍ବର ୧୫ ତାରିଖରେ ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ଏକ ବିଶେଷ ସମାରୋହରେ ବିଶ୍ୱକପ ସୂଚୀ ନେଇ ଘୋଷଣା କରାଯାଇଛି ।

ସେପଟେ ଆୟୋଜକ ଅଷ୍ଟ୍ରେଲିଆକୁ ଗ୍ରୁପ ଏରେ ଗତ ଥରର ବିଜେତା ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ସହ ରଖାଯାଇଛି । ତେବେ ଦୁଇଟି ଗ୍ରୁପରେ ୬ଟି ଲେଖାଏଁ ଦେଶ ରହିଥିବା ବେଳେ, କ୍ୱାଲିଫାୟାର ମ୍ୟାଚ୍ ପରେ ପ୍ରତି ଗ୍ରୁପରୁ ଦୁଇଟି ଲେଖାଏଁ ଦଳ ସେମିଫାଇନାଲରେ ପ୍ରବେଶ କରିବେ । ୨୦୨୦ ନଭେମ୍ବର ୧୧ ଏବଂ ୧୨ ତାରିଖରେ ସିଡନୀ ଏବଂ ଆଡିଲେଡରେ ସେମିଫାଇନାଲ ମୁକାବିଲା ଖେଳାଯିବ ।

ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆର ଦବଦବା ରହିଛି ସତ, କିନ୍ତୁ ଟ୍ୱେଣ୍ଟ-୨୦ ବିଶ୍ୱକପରେ ଗୋଟିଏ ଥର ବି ଜିତିପାରିନାହିଁ କଙ୍ଗାରୁ ଦଳ । ତେବେ ଏଥର ବିଶ୍ୱକପ ଘରୋଇ ପଡିଆରେ ଖେଳା ଯିବାକୁ ଥିବା ବେଳେ, ଜିତିବା ପାଇଁ ପୁରା ଦମ ଲଗାଇବ ଅଷ୍ଟ୍ରେଲିଆ । ତେବେ ପ୍ରଥମ ଥର ପାଇଁ ମହିଳା ଏବଂ ପୁରୁଷ ବର୍ଗର ଟ୍ୱେଣ୍ଟି-୨୦ ବିଶ୍ୱକପର ଆୟୋଜନ ଗୋଟିଏ ଦେଶରେ ଅଲଗା ଅଲଗା ସମୟରେ କରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ।

ଗ୍ରୁପ ଏ – ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, କ୍ୱାଲିଫାୟାର, କ୍ୱାଲିଫାୟାର ।
ଗ୍ରୁପ ବି – ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, କ୍ୱାଲିଫାୟାର, କ୍ୱାଲିଫାୟାର ।