ଚାଷୀଙ୍କ ଟଙ୍କା ହଡପ କରିବା ପଡିଲା ମହଙ୍ଗା ! ଚାଷୀ ଋଣ ଦୁର୍ନୀତି ମାମଲାରେ ଆଉ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲା କେସିସି ବ୍ୟାଙ୍କ

19

କନକ ବ୍ୟୁରୋ : ମହଙ୍ଗା ପଡିଲା ଚାଷୀଙ୍କ ଟଙ୍କା ହଡ଼ପ । କେସିସି ବ୍ୟାଙ୍କ ପୂର୍ବରୁ ୩ ଜଣ କର୍ମଚାରୀଙ୍କୁ ଜେଲ ପଠାଇଥିବା ବେଳେ ଏବେ ଆଉ ୩ ଜଣଙ୍କୁ ନିଲମ୍ବନ କରିଛି । କୋରାପୁଟ ଜିଲ୍ଲାରେ କେସିସି ବ୍ୟାଙ୍କର ୧୭ଟି ଶାଖା ସମେତ ୫୪ଟି ଲ୍ୟାମ୍ପସ ରହିଛି । ଏହି କାମରେ ୨୦୧୩-୧୪ ଓ ୨୦୧୫-୧୬ରେ ଅନେକ ଘୋଟାଲା ହୋଇଥିଲା । ବାଲିମେଳା ଓ କାଲିମେଳାରେ ୧୧ କୋଟିରୁ ଅଧିକ ଟଙ୍କା ଲ୍ୟାମ୍ପସ କର୍ମଚାରୀମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।

ଯୁବ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି କେସିସି ବ୍ୟାଙ୍କ ଉପରକୁ ଅଣ୍ଡାମାଡ ଓ ଟମାଟେ ମାଡ ମଧ୍ୟ କରିିଥିଲେ । ଏହି ଘଟଣାରେ କ୍ରାଇମବ୍ରାଂଚ ଓ ସିବିଆଇ ତଦନ୍ତ କରି ୩ ଜଣ ଅଧିକାରୀଙ୍କୁ ଜେଲ ପଠାଇଥିଲେ । ଏବେ ଆଉ ୩ ଜଣ ଅଧିକାରୀଙ୍କ ବହିଷ୍କାରକୁ ସ୍ୱାଗତ କରିଛନ୍ତି ଚାଷୀ ।କେସିସି ବ୍ୟାଙ୍କର କେବଳ ମାଲକାନଗିରି କାଲିମେଳା ଲ୍ୟାମ୍ପରୁ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ବାଟମାରଣା ହୋଇଥିଲା ।