କନକ ବ୍ୟୁରୋ: ଦୁର୍ଘଟଣା ଗସ୍ତ ହେଲା ବରଯାତ୍ରୀ ଗାଡ଼ି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ରାସ୍ତାର ସୁନାଗଜ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବା ସମୟରେ କାରଟି ଭାରସାମ୍ୟ ହରାଇ ଗଛକୁ ଧକ୍କା ହେଇଛି । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ପରେ ସେମାନଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି । ଗତକାଲି ବୌଦ୍ଧ ଜିଲ୍ଲା ସରସରା ଅଂଚଳରୁ ବାହାରିଥିଲା ଏହି ବରଯାତ୍ରୀ ଗାଡ଼ି । ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରଘୁନାଥପୁର ଅଞ୍ଚଳରୁ କେତେକ ଯୁବକ ବରଯାତ୍ରୀ ହୋଇ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳକୁ ଯାଇଥିଲେ। ସେମାନେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ କାର ଯୋଗେ ଫେରୁଥିବା ବେଳେ ସୁନାଗଞ୍ଜ ଛକ ନିକଟରେ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛରେ ଏହି କାରଟି ଯାଇ ବାଡେଇ ହୋଇଯାଇଥିଲା। ଫଳରେ ବରଯାତ୍ରୀମାନଙ୍କ ମଧ୍ୟରୁ ବୌଦ୍ଧ ସରସରା ଗାଁର ପ୍ରିୟରଞ୍ଜନ କର୍ମ (୨୭ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଦ୍ୱିତୀୟ ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ। କାରରେ ଥିବା ଅନ୍ୟ ୬ ଜଣ ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ।ସେମାନଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।