ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଏହି ବିଚ୍ଛିନ୍ନତାବାଦୀ ନେତା ! ଦୁଇ ବିଏସଏନଏଲ୍ ଅଧିକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟରୁ କରାଗଲା ନିଲମ୍ବିତ ।

727

ଜମ୍ମୁ ଓ କଶ୍ମୀରରେ ଦୃଢ଼ କଟକଣା ଲାଗୁ କରାଯାଇଥିବା ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟେଦ୍ ଅଲି ଶାହା ଗୀଲାନିଙ୍କୁ ୪ ଦିନ ପାଇଁ ଇଣ୍ଟରନେଟ୍ ଆକ୍ସେସ୍ ଦେବାରେ ସମ୍ପୃକ୍ତ ଦୁଇ ଜଣ ବିଏସଏନଏଲ୍ ଅଧିକାରୀଙ୍କୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିଲମ୍ବିତ କରିଛି। ସମଗ୍ର ଉପତ୍ୟକା ବନ୍ଦ ହୋଇ ଯାଇଥିବା ବେଳେ ଗୋଟିଏ ସପ୍ତାହରୁ ଅଧିକ କାଳ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବା ସମୟରେ ଗୀଲାନି ତାଙ୍କ ଆକାଉଣ୍ଟରେ ଟୁଇଟ୍ କରୁଥିବା ଦେଖାଯାଇଥିଲା।

ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ କରାଯିବା ପୂର୍ବରୁ ଅଗଷ୍ଟ ୪ ତାରିଖ ଦିନ ଲ୍ୟାଣ୍ଡଲାଇନ୍ ସମେତ ସମଗ୍ର କଶ୍ମୀରରେ ସମସ୍ତ ଯୋଗାଯୋଗ ଲାଇନ୍ ଛିନ୍ନ କରାଯାଇଥିଲା। ଏ ଭଳି କଠୋର କଟକଣା ମଧ୍ୟରେ କଠୋରପନ୍ଥୀ ବିଛିନ୍ନତାବାଦୀ ନେତା ସୟେଦ ଅଲି ଶାହା ଗୀଲାନିଙ୍କର ଅଗଷ୍ଟ ୮ ତାରିଖ ଯାଏଁ ଲ୍ୟାଣ୍ଡଲାଇନ୍ ଏବଂ ବ୍ରଡବ୍ୟାଣ୍ଡ୍ ସଂଯୋଗ ରହିଥିଲା।ଗୀଲାନି ତାଙ୍କ ଆକାଉଣ୍ଟରୁ ଟୁଇଟ୍ ନ କରିବା ଯାଏଁ ସରକାରୀ କର୍ତ୍ତୃପକ୍ଷମାନେ ଜାଣି ପାରି ନ ଥିଲେ ଯେ ସେ ଇଣ୍ଟରନେଟ୍ ଆକସେସ୍ କରି ପାରୁଛନ୍ତି।

ଏହା ପରେ ଗୀଲାନିଙ୍କ ସମେତ ୮ଟି ଟୁଇଟର୍ ଆକାଉଣ୍ଟ୍ ବନ୍ଦ କରିବାକୁ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପୁଲିସ ଟୁଇଟରକୁ କହିଥିଲେ। ସେ ଆକାଉଣ୍ଟ୍ ସବୁ ଉପତ୍ୟକାରେ ବିଦ୍ୱେଷ ବିସ୍ତାର କରୁଛି ବୋଲି ଦର୍ଶାଯାଇଥିଲା। ଘଟଣା ସଂକ୍ରାନ୍ତରେ ତଦନ୍ତ କରି କର୍ତ୍ତୃପକ୍ଷମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଦୁଇ ଜଣ ଶୀର୍ଷସ୍ତରୀୟ ବିଏସଏନଏଲର ପଦକ୍ଷେପ ଗ୍ରହଣ କରିଛନ୍ତି।