ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁକ୍ତ ୨ କଲେଜରେ ନାମ ଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ । ରାଜ୍ୟର ୧୫୪୪ଟି ପ୍ଲସ ଟୁ କଲେଜରେ ଥିବା ପାଖାପାଖି ୪ ଲକ୍ଷ ସିଟରେ ନାମ ଲେଖା ପାଇଁ କଟ ଅଫ ମାର୍କ ପ୍ରକାଶ ପାଇବ, ଆଉ କିଛି ସମୟ ପରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟରେ ଉପଲବ୍ଧ ହେବ । ଏହି ଛାତ୍ରଛାତ୍ରୀଙ୍କର ଜୁନ ୧୬ରୁ ୨୧ ମଧ୍ୟରେ ନାମ ଲେଖା ହେବ ବୋଲି ଜଣାପଡିଛି । ।ସେହିପରି ଜୁନ ୨୫ରୁ ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇବ ।
ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ
/kanak/media/post_attachments/wp-content/uploads/2016/06/vlcsnap-2016-06-13-10h05m38s395.png)