ମାତ୍ର ଏକହଜାର ଟଙ୍କା ଖର୍ଚ୍ଚ କରି ପୂରଣ କରନ୍ତୁ ଏହି ଫର୍ମ ! ଘରର ବୟସ୍କଙ୍କୁ ପ୍ରତିମାସରେ ମିଳିବ ୧୦,୦୦୦ ଟଙ୍କା । 

2,438

ଯଦି ଆପଣ ୨୦୧୯ ମସିହାରେ ଟଙ୍କା ଇନଭେଷ୍ଟ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପୋଷ୍ଟ୍ ଅଫିସର ଏହି ସ୍କିମ୍ ଖୁବ୍ ଲାଭଦାୟକ ହେବ । ପୋଷ୍ଟ୍ ଅଫିସରେ ଏଭଳି ଅନେକ ସ୍କିମ୍ ଚାଲିଛି ଯେଉଁଥିରେ ଆପଣ ସର୍ବନିମ୍ନ ଏବଂ ସର୍ବୋଚ୍ଚ ଟଙ୍କା ଦେଇ ଭବିଷ୍ୟତ ପାଇଁ ଟଙ୍କା ଜମା କରିପାରିବେ । ଖାସ୍ କଥା ହେଉଛି କି ଏଥିରେ ଆପଣଙ୍କ ଟଙ୍କା ସମ୍ପୁର୍ଣ୍ଣ ରୁପେ ସୁରକ୍ଷିତ ଥାଏ । ପୋଷ୍ଟ୍ ଅଫିସରେ ଇଣ୍ଟରେଷ୍ଟ ରେଟ୍ ବି ବ୍ୟାଙ୍କ ତୁଳନାରେ ଅଧିକ ଥାଏ । ଏଠାରେ ଭିନ୍ନ ଭିନ୍ନ ସ୍କିମ୍ ରେ ୬.୯ % ରୁ ନେଇ ୮.୫ % ପର୍ଯ୍ୟନ୍ତ ବାର୍ଷିକ ସୁଧ ମଧ୍ୟ ମିଳିଥାଏ । ଆମେ ଏଠାରେ ଆଜି ଆପଣଙ୍କୁ ସବୁ ସ୍କିମ୍ ରେ ମିଳୁଥିବା ସୁଧ ବିଷୟରେ କହିବାକୁ ଯାଉଛୁ ।

୧ . ପୋଷ୍ଟ ଅପିସ ସେଭିଙ୍ଗ୍ ଆକାଉଣ୍ଟ :  ଏହି ଆକାଉଣ୍ଟ ରେ ସିଙ୍ଗଲ କିମ୍ବା ଜଏଣ୍ଟ୍ ଆକାଉଣ୍ଟରେ ୪.୦% ର ବାର୍ଷିକ ସୁଧ ମିଳିବ । ମିନିମମ୍ ୨୦ ଟଙ୍କା ଦେଇ ଆପଣ ଏହି ଆକାଉଣ୍ଟ ଖୋଲାଯାଇପାରିବ । ୧୦ ହଜାର ଟଙ୍କାରେ ମିଳୁଥିବା ଇଣ୍ଟରେଷ୍ଟ ଟ୍ୟାକ୍ସ ଫ୍ରି ରହିବ । ଗ୍ରାହକଙ୍କୁ ଏଥିପାଇଁ ଏଟିଏମ୍ ର ସୁବିଧା ମଧ୍ୟ ଦିଆଯିବ ।

୨ . ରିକରିଙ୍ଗ୍ ଡିପୋଜିଟ୍ ଆକାଉଣ୍ଟ୍ (ଆରଡି) : ଏହି ଆକାଉଣ୍ଟରେ ୭.୩ % ର ବାର୍ଷିକ ସୁଧ ମିଳିବ । ଏହି ଆକାଉଣ୍ଟରେ ସର୍ବନିମ୍ନ ୧୦ ଟଙ୍କା ଏବଂ ମାକ୍ସିମମ୍ ୫ ଟଙ୍କା ଜମା କରିପାରିବେ । ଏହି ଆକାଉଣ୍ଟରେ ଆୟକର ଟ୍ୟାକ୍ସ ସେକ୍ସନ୍ ୮୦ ସି ଆପ୍ଲିକେବଲ୍ ନାହିଁ ।

୩ . ଟାଇମ୍ ଡିପୋଜିଟ୍ ଆକାଉଣ୍ଟ : ଏହି ଆକାଉଣ୍ଟକୁ ଆପଣ ୫ ବର୍ଷ ପାଇଁ ଖୋଲିପାରିବେ । ସର୍ବନିମ୍ନ ୨୦୦ ଟଙ୍କା ବା ମଲ୍ଟିପଲ୍ ରେ ଯେଉଁ ଆମାଉଣ୍ଟ ଆସିବ ଜମା କରିପାରିବେ । ପ୍ରଥମ ବର୍ଷରେ ୬.୯ %,ଦ୍ୱିତୀୟ ବର୍ଷରେ ୭.୦ % ,ତୃତୀୟ ବର୍ଷରେ ୭.୨ % ଏବଂ ପଞ୍ଚମ ବର୍ଷରେ ୭.୮ % ସୁଧ ମିଳିବ ।

୪ . ମାସିକ ଇନକମ୍ ସ୍କିମ୍ ଆକାଉଣ୍ଟ୍ : ଏହି ଆକାଉଣ୍ଟରେ ବାର୍ଷିକ ୭.୩ % ସୁଧ ମିଳିଥାଏ । ଆକାଉଣ୍ଟକୁ ୧୫୦୦ ଟଙ୍କା କିମ୍ବା ଏହାର ମଲ୍ଟିପଲ୍ ଆମାଉଣ୍ଟରେ ଖୋଲିପାରିବେ । ସିଙ୍ଗଲ୍ ଆକାଉଣ୍ଟରେ ସର୍ବୋଚ୍ଚ ୪.୫ ଲକ୍ଷ ତଥା ଜଏଣ୍ଟ ଆକାଉଣ୍ଟରେ ୯ ଲକ୍ଷ ଟଙ୍କା ଜମା କରିପାରିବେ ।

୫ . ସିନିୟର୍ ସିଟିଜନ୍ ସେଭିଙ୍ଗ୍ ସ୍କିମ୍ : ଏହି ଆକାଉଣ୍ଟରେ ବାର୍ଷିକ ୮.୭ % ସୁଧ ମିଳିଥାଏ । ସର୍ବନିମ୍ନ ୧୦୦୦ ଟଙ୍କା କିମ୍ବା ଏହାର ମଲ୍ଟିପଲ୍ ରେ ଆପଣ ଟଙ୍କା ଜମା କରିପାରିବେ । ୧୫ ଲକ୍ଷରୁ ଅଧିକ ଆମାଉଣ୍ଟ ଆପଣ ଏଠାରେ ଜମା କରିପାରିବେ ନାହିଁ । ଏହି ସ୍କିମରେ ଘରର ବୟସ୍କ ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିବ ।

୬ . କିଶାନ ବିକାଶ ପତ୍ର : ଏହି ସ୍କିମରେ ୭.୭ % ବାର୍ଷିକ କମ୍ପାଉଣ୍ଡେଣ୍ଟ୍ ସୁଧ ମିଳିଥାଏ । ଯାହା କୌଣସି ବ୍ୟାଙ୍କ୍ ଠାରୁ ଅଧିକ ହୋଇଥାଏ । ଏଥିରେ ୧୦୦୦ ଟଙ୍କାର ମଲ୍ଟିପଲ୍ ରେ ଟଙ୍କା ଦେବାକୁ ପଡିଥାଏ ।