ଭୀଷଣ ଗରମରୁ ଉଭୟ ବିଜୁଳୀ ଏବଂ ପାଣି ବଂଚାଇବାରେ ସହାୟକ ହେବ ଏହି କୁଲର୍ ! ଦାମ୍ ମଧ୍ୟ ଖୁବ୍ କମ୍ ।

1,243

ଭୀଷଣ ଗରମରୁ ତ୍ରାହି ପାଇବା ପାଇଁ ଲୋକେ କୁଲର୍ କିମ୍ବା ଏୟାର୍ କଣ୍ଡିସନର୍ (ଏସି) ର ବ୍ୟବହାର କରୁଛନ୍ତି । ଏସିରେ ବିଜୁଳୀ ବିଲ୍ ମଧ୍ୟ ଅଧିକ ଆସିଥାଏ ଏବଂ କୁଲର୍ ରେ ପାଣି ଅଧିକ ଲାଗିଥାଏ । ଏଭଳି ସ୍ଥିତିରେ ଯେଉଁ ଘରେ ପାଣିର ଅଭାବ ଦେଖାଯାଏ ସେମାନେ କୁଲର୍ ବି ଠିକ୍ ରେ ବ୍ୟବହାର କରିପାରନ୍ତି ନାହିଁ । ଏଭଳି ଲୋକଙ୍କ ପାଇଁ ପିଜନ୍ କମ୍ପାନୀ ଏଭଳି ଏକ କୁଲର୍ ବାହାର କରିଛି ଯାହା ଉଭୟ ବିଜୁଳୀ ଏବଂ ପାଣି ସେଭିଙ୍ଗ୍ କରିବ ।

ଏହି କୁଲରର ନାଁ ପିଜିଅନ୍ କୁଲର୍ ରହିଛି । ଏହାର ଅନଲାଇନ୍ ମୂଲ୍ୟ ୭ ହଜାର ଟଙ୍କାରୁ ବି କମ୍ ରହିଛି । ଏହି କୁଲର୍ ଫୁଲ୍ ସାଇଜ୍ ଟେବୁଲ୍ ଫ୍ୟାନ୍ ଭଳି ଯେଉଁଥିରେ ୨.୫ ଲିଟର ପାଣିଟାଙ୍କି ବି ଦିଆଯାଇଛି । ଏଥିରେ ଇନ୍ – ବିଲ୍ଡ ରିଚାର୍ଜବେଲ୍ ବ୍ୟାଟେରୀ ଦିଆଯାଇଛି । ଯାହା ୫ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇ ୯ ଘଣ୍ଟାର ବ୍ୟାକଅପ୍ ଦେଇଥାଏ । ଏହାର ଅର୍ଥ ବିନା ଲାଇଟରେ ବି ଏହି କୁଲରକୁ ପୁରା ରାତି ଆପଣ ଚଲାଇପାରିବେ । ରିମୋଟ୍ କଣ୍ଟ୍ରୋଲ୍ ରେ କଣ୍ଟ୍ରୋଲ୍ ହେଉଥିବା ଏହି କୁଲରରେ ରେଡିଏଣ୍ଟ୍ ଏଲଇଡି ଲାଇଟ୍ ଦିଆଯାଇଛି ଯାହା ଲାଇଟ୍ ଲ୍ୟାମ୍ପ୍ ର ବି କାମ କରିଥାଏ । କମ୍ପାନୀ କୁଲର୍ ଉପରେ ୧ ବର୍ଷ ୱାରେଣ୍ଟି ମଧ୍ୟ ଦେଇଥାଏ । ୩ ସ୍ପିଡ୍ ମୋଡ୍ ସହ ଆସୁଥିବା ଏହି କୁଲର୍ ୨୦୦ ସ୍କୋୟାର୍ ଫୁଟ୍ କୋଠରୀକୁ ଥଣ୍ଡା କରିଥାଏ ।