ପାଖରେ ଓରିଜିନାଲ୍ କାଗଜପତ୍ର ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ ନିଅନ୍ତୁ ଡିଜିଲକରର ସାହାଯ୍ୟ ! ଦେଶର କୌଣସି ସ୍ଥାନରେ ପୋଲିସ୍ କାଟିପାରିବେ ନାହିଁ ଆପଣଙ୍କ ଚାଲାଣ

1,295

ଏବେ ଚାଳକଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଡିଏଲ୍ , ରେଜିଷ୍ଟ୍ରେସନ୍ କାର୍ଡ ଆରସି, ଆଧାର କାର୍ଡ ଏବଂ ଏଭଳି ଅନ୍ୟ ଜରୁରୀ ଡକ୍ୟୁମେଣ୍ଟ୍ ର ଓରିଜିନାଲ୍ ହାର୍ଡ କପି ସାଙ୍ଗରେ ରଖିବା ଏବେ ଆଉ ଜରୁରୀ ହୋଇ ରହିନାହିଁ । ଆପଣ ଏହି କାଗଜର ସଫ୍ଟ କପି ଡିଜିଲକରରେ ଅପଲୋଡ୍ କରିପାରିବେ । ଆଇଟି ଆକ୍ଟ ୨୦୦୦ ଏବଂ ଲୋଗୋ ମୋଟର ହ୍ୱିକଲ୍ ଆକ୍ଟ ୧୯୮୮ ଅନୁସାରେ ଆପଣ ଏହି ଡକ୍ୟୁମେଣ୍ଟ୍ ର ସଫ୍ଟକପିକୁ ସାଙ୍ଗରେ ରଖିପାରିବେ । ଏବଂ ଜରୁରୀ ପଡିବା କ୍ରମେ ଏହାକୁ ଆପଣ ଦେଖାଇପାରିବେ । ଆପଣ ଟ୍ରେନରୁ ଥାଆନ୍ତୁ କିମ୍ବା ପୋଲିସ୍ ଆପଣଙ୍କୁ ରୋକିଲେ ଆପଣ ତାଙ୍କୁ ଏହି ଡକ୍ୟୁମେଣ୍ଟ୍ ର ସଫ୍ଟକପି ଦେଖାଇପାରିବେ । ଡିଜିଲକରର ସାହାଯ୍ୟରେ ଆପଣ କେଉଁଠିବି ଡକ୍ୟୁମେଣ୍ଟକୁ ଆକସେସ୍ କରିପାରିବେ । ଯଦି ଆପଣ ଡିଜିଲକରରେ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଭାଲିଡ୍ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ । ମୋବାଇଲ୍ ନମ୍ବର ଜରିଆରେ ଓଟିପି ଭେଜର ସତ୍ୟାପନ କରାଯିବ । ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ତେବେ ଜାଣିରଖନ୍ତୁ ଡିଜିଲକରକୁ ବ୍ୟବହାର କରିବାର ପୁରା ପ୍ରୋସେସ୍ ।

 

କିଭଳି ଭାବେ ଡିଜିଲକରରେ ଅପଲୋଡ୍ କରିବେ ଡକ୍ୟୁମେଣ୍ଟ୍ :

digilocker.gov.in ରେ ଯାଆନ୍ତୁ । ଏଠାରେ ନିଜକୁ ରେଜିଷ୍ଟର କରନ୍ତୁ । ଏବେ ମୋବାଇଲ୍ ନମ୍ବର ଦିଅନ୍ତୁ ଏବଂ ଭେରିଫିକେସନ୍ ପ୍ରୋସେସକୁ ପୁରା କରନ୍ତୁ । ଏହାପରେ ଆପଣଙ୍କୁ ଆପଣଙ୍କ ଆଧାର ନମ୍ବର ଏଥିରେ ଲିଙ୍କ୍ କରିବାକୁ ପଡିବ । ଏବେ ଆପଣ ଅପଲୋଡ୍ ଆଇକନ୍ ଉପରେ କ୍ଲିକ୍ କରି ନିଜ ଡକ୍ୟୁମେଣ୍ଟ୍ କୁ ଅପଲୋଡ୍ କରନ୍ତୁ । ‘select doc type’ ର ବିକଳ୍ପ ମିଳିବ । ଏହା ଉପରେ କ୍ଲିକ୍ କରନ୍ତୁ । ଆପଣ ଜେପିଇଜି,ପିଏନଜି ଏବଂ ପିଡିଏଫ୍ ଫର୍ମାଟରେ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିପାରିବେ ।