ଲଗାତାର ମୁଣ୍ଡକୁ ତଳକୁ କରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ମଧ୍ୟରେ ବେକ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ ହେବା ଏବେ ସାଧାରଣ ହୋଇଗଲାଣି । ଯେଉଁ ଲୋକମାନେ ଅଧିକ ସମୟ ଟେକ୍ସଟ୍ ମେସେଜ୍ ଏବଂ େଓ୍ଵବ୍ ବ୍ରାଉଜିଙ୍ଗ୍ କରିଥାନ୍ତି, ସେମାନଙ୍କ ପାଖରେ ବେକ ଏବଂ କାନ୍ଧର ଯନ୍ତ୍ରଣା ହେବା ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ । ଏକ ଗବେଷଣାରୁ ଏଭଳି ସମସ୍ୟାକୁ ନୋମୋଫୋବିଆର ନାମ ଦିଆଯାଇଛି । ଯେଉଁ ଲୋକମାନେ ଫୋନର ବ୍ୟବହାର ଅଧିକ କରିଥାନ୍ତି,ସେମାନଙ୍କ ପାଖରେ ନୋମୋଫୋବିଆ ହେବାର ଆଶଙ୍କା ଅଧିକ ରହିଥାଏ । ନୋମୋଫୋବିଆ ହେଲେ ଲୋକମାନଙ୍କ ମନରେ ଫୋନ ହଜିଗଲେ ମୁଁ କେମିତି ବଞ୍ଚିବି ଭଳି ଭାବନା ଆସିଥାଏ । ଯେଉଁ ଲୋକଙ୍କୁ ଏହି ରୋଗ ହୋଇଥାଏ,ତାଙ୍କୁ ନୋମୋଫୋନ କୁହାଯାଏ । ଏହି ରୋଗ ହେଲେ ଲୋକମାନେ ଫୋନକୁ ଗୋଟେ ମିନିଟ୍ ପାଇଁ ବି ନିଜଠୁ ଦୂର କରନ୍ତି ନାହିଁ ।
ଦୁଇ ଘଣ୍ଟା ପର୍ୟ୍ୟନ୍ତ ଲଗାତାର ଫୋନକୁ ଦେଖିବା ଦ୍ୱାରା ନିଦ କମ ହୋଇଥାଏ । ୟୁନାଇଟେଡ୍ କାୟରୋପ୍ରୋକ୍ଟିଭ୍ ଆସୋସିଏସନ୍ ଅନୁଯାୟୀ, ଲଗାତାର ଫୋନର ବ୍ୟବହାର କରିବା ଦ୍ୱାରା କାନ୍ଧ ଏବଂ ମୁଣ୍ଡ ତଳକୁ ହୋଇ ରହିଥାଏ । ଯାହାଦ୍ୱାରା ଶରୀରରୁ ଗଭୀର ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହାର ପ୍ରଭାବ ସିଧାସଳଖ ଭାବରେ ଫୁସଫୁସ୍ ଉପରେ ପଡ଼ିଥାଏ । କାହା ଆଗରେ ମୂର୍ଖ ନ ଲାଗିବା ସହ ନିଜ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ କିଛି ଲୋକ ଫୋନରେ ବ୍ୟସ୍ତ ରହିବାର ନାଟକ କରିଥାନ୍ତି । କିନ୍ତୁ ଏଭଳି କରି ସେମାନେ ନିଜ ଆତ୍ମବିଶ୍ୱାସକୁ କମ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/r0_230_1936_1319_w1200_h678_fmax.jpg)
/kanak/media/post_attachments/wp-content/uploads/2019/01/Nomophobia-752x440-300x176.jpg)
/kanak/media/post_attachments/wp-content/uploads/2019/01/j-300x226.jpg)