ଟଙ୍କା ପାଇଁ ମା’ କୋଳରୁ ଶିଶୁ ଭିଡି ନେଇ ନାଚିଲେ କିନ୍ନର , ଆଖିବୁଜିଲା ୨୦ ଦିନର ଶିଶୁ ।

949

ପଶ୍ଚିମବଙ୍ଗ ସ୍ଥିତ ଝାରଗ୍ରାମ୍ ଠାରେ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଏମିତି ଯେ ଖବର ଶୁଣି ଆପଣ ମଧ୍ୟ ରାଗରେ ଜରଜର ହୋଇଉଠିବେ । ଟଙ୍କା ପାଇଁ ନବଜାତ ଶିଶୁକୁ ମା’ କୋଳରୁ ଭିଡି ନେଇ ନାଚିଥିଲେ କିନ୍ନରଗୋଷ୍ଠୀ । ନବଜାତକୁ ଟାଣିବା ଏବଂ ଜୋରରେ ନାଚିବା କାରଣରୁ ଛୁଆଟିର ମୃତ୍ୟୁ ହୋଇଯାଇଛି । ପୋଲିସ୍ କହିବାନୁସାର , କିନ୍ନର ସମୂହ ନବଜାତ ଶିଶୁର ମା’କୁ ଟଙ୍କା ମାଗୁଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ , ଚନ୍ଦନ୍ ଖିଲାଡି ନାମକ ବ୍ୟକ୍ତିଙ୍କ ଘରେ ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଥିଲେ । ୨ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ହୃଦୟ ସମ୍ବନ୍ଧୀୟ ରୋଗ ଥିବାରୁ ଶିିଶୁଟି ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲା । ଜନ୍ମର ୨୦ ଦିନ ପରେ ଶିଶୁକୁ ଧରି ହସ୍ପିଟାଲ୍ ରୁ ମା’ ଯେତେବେଳେ ଘରେ ପହଞ୍ôଚଥିଲେ ଏହି ଖବର ଶୁଣି ୩ ଜଣ କିନ୍ନର ଘରକୁ ଆସିଥିଲେ । କିନ୍ନରମାନେ ପରିବାର ଲୋକଙ୍କୁ ୧୧,୦୦୦ ଟଙ୍କା ଭେଟି ଦେବାକୁ ବାଧ୍ୟ କରିଥିଲେ । ମନା କରିବାରୁ ପରିଜନଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ।

ଖାଲି ଏତିକି ନୁହଁ ପୋଲିସ୍ କହିବାନୁସାରେ କିନ୍ନରମାନେ ମା’କୋଳରୁ ଶିଶୁକୁ ଛଡାଇ ନେଇ ଡ୍ୟାନ୍ସ କରିବାକୁ ଲାଗିଥିଲେ । ଏହାପରେ ପରିବାର ୨ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହି ସମୟରେ ଶିଶୁର ଦେହ ପୁଣିଥରେ ଖରାପ ହେବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ଆସିଥିଲେ । ଯେଉଁଠି ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଖବର ଶୁଣିବା ପରେ ପଡୋଶୀମାନେ କିନ୍ନରଙ୍କୁ ଅଟକ ରଖି ପୋଲିସ୍ କୁ ଦେଇଥିଲେ । ବର୍ତ୍ତମାନ ୩ ଜଣ କିନ୍ନର ଥାନାରେ ଥିବାବେଳେ ଘଟଣାକୁ ନେଇ ଜାଞ୍ଚ୍ ଆରମ୍ଭ ହୋଇଯାଇଛି ।