ବଜାରରେ ବିକ୍ରି ହେଉଥିବା ଏହି ୩ ଟି ଦ୍ରବ୍ୟ ହିଁ କିଡନୀ ଖରାପ ପାଇଁ ଯଥେଷ୍ଟ ! ପ୍ରତିଦିନ ଖାଉଥିବା ଲୋକ ହୋଇଯାଆନ୍ତୁ ସତର୍କ ନହେଲେ ଅକାଳରେ ଯିବ ଜୀବନ ।

30,108

କିଡନୀ ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନୀ ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ କିଡନୀ । ଶରୀରର ସନ୍ତୁଳନ ରଖିବା କାମ କିଡନୀ ହିଁ କରିଥାଏ । କିଡନୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ କରିବା ହୋଇଥାଏ ।

ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ ଶରୀର ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ଆଜିର ସମୟରେ ସମସ୍ତେ ଜଲଦି ଜଲଦି ହୋଇ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରୁଛନ୍ତି । ତେବେ ଆପଣଙ୍କ ଏହି ଅବହେଳା ଯେ ଶରୀରକୁ ଖରାପ କରିଦେବ ଏହା ପ୍ରତି କେହି ସଜାଗ ନାହିାନ୍ତି । ଆପଣ ଯଦି କିଡନୀର ଠିକ୍ ପ୍ରକ୍ରିୟାରେ ଧ୍ୟାନ ନ ରଖିବେ ତେବେ କିଡନୀ ସମ୍ପୁର୍ଣ୍ଣ ରୁପେ ଖରାପ ହୋଇଯିବ । ତେବେ ଏହି ୩ ଟି କାମକୁ ଅଭ୍ୟାସରେ ପରିଣତ କଲେ ଆପଣଙ୍କ କିଡନୀ ଖରାପ ହେବା ଥୟ ।

୧ . ଜଙ୍କ୍ ଫୁଡ୍ : ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ ଲିଭରକୁ ଖରାପ କରିବା ପାଇଁ ଯଥେଷ୍ଟ ।

୨ . ଅଧିକ ମାଂସ ଖାଇବା : ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ମାଂସର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ ।

୩ . ସିଗାରେଟ୍ ଟାଣିବା : ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା କିଡନୀକୁ ଅକାମୀ କରିଦିଏ ।