ବିଲରେ କାମ କରୁଥିବା ମହିଳାଙ୍କୁ ମାସିକ ଋତୁସ୍ରାବରେ ହେଉଛି ଇନଫେକ୍ସନ୍ ! ମୃତ୍ୟୁର ଭୟ ଦେଖାଇ ଗର୍ଭାଶୟ ବାହାର କରୁଛନ୍ତି ଡ଼ାକ୍ତର ।

1,887

ଗତ କିଛିଦିନ ଧରି ମହାରାଷ୍ଟ୍ରର ଏକ ଗାଁରେ ମହିଳାଙ୍କ ଠାରୁ ଅଧିକ କାମ କରିବା ଦ୍ୱାରା ହୃଦୟ ସହ ଜଡିତ ଥିବା ଏକ ଅମାବନୀୟ ଖବର ସାମ୍ନାକୁ ଆସିଛି । କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିବାହିତ ଏବଂ ସନ୍ତାନ ଥିବା ମହିଳା ମଧ୍ୟ ନିଜ ମାସିକ ଋତୁସ୍ରାବ ସମୟରେ କାମ କରୁଥିଲେ ତେଣୁ ଏଠାରେ ମହିଳାଙ୍କ ଗର୍ଭାଶୟକୁ ବାହାର କଲା ଭଳି ଅମାବନୀୟ କାର୍ଯ୍ୟ କରାଯାଇଛି । ସମ୍ବନ୍ଧୀତ ଗାଁରେ ଏହା ଏକ ପରମ୍ପରା ହୋଇଯାଇଛି । ଯେଉଁ ମହିଳାଙ୍କ ଦୁଇରୁ ତିନି ଜଣ ସନ୍ତାନ ରହିଛନ୍ତି ତାଙ୍କ ଗର୍ଭାଶୟକୁ ବାହାର କରାଯାଉଛି । କିନ୍ତୁ ଏବେ ଏହି ମାମଲାର ଆଉ ଏକ ପଏଣ୍ଟ ସାମ୍ନାକୁ ଆସେ । ମହାରାଷ୍ଟ୍ରର ଏକ ଗାଁର ମହିଳାଙ୍କ ସହ ଅମାବନୀୟ ବ୍ୟବହାର ପଛରେ ଅନ୍ୟ ଏକ କାରଣ ସାମ୍ନାକୁ ଆସୁଛି । ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ର ବିଡ୍ ଜିଲ୍ଲାର ବଞ୍ଜାରୱାଡି ଗାଁରେ ମହିଳାଙ୍କୁ ବିଲରେ କାମ କରିବା ପାଇଁ ୨ ରୁ ୩ ଟି ସନ୍ତାନ ହେବା ମାତ୍ରେ ତାଙ୍କ ଗର୍ଭାଶୟକୁ ବାହାର କରି ଦିଆଯାଏ । ଯାହାଦ୍ୱାରା ମହିଳାଙ୍କୁ ମାସିକ ଋତୁସ୍ରାବ ନ ହେବ ଏବଂ ସେମାନେ କିଭଳି ବିଲରେ ଅଧିକରୁ ଅଧିକ କାମ କରିପାରିବେ ।

ଏହି ଗ୍ରାମର କିଛି ଡାକ୍ତର ଟଙ୍କା ଲୋଭରେ ମହିଳାଙ୍କ ଗର୍ଭାଶୟକୁ ବାହାର କରିବାର କାମ କରୁଛନ୍ତି । ଜନଗଣନାକୁ ଦେଖିଲେ ଏହି ଗାଁରେ ୯ ଲକ୍ଷ ୩୪ ହଜାର ମହିଳା ଥିବାର ଜଣାପଡେ । ଜିଲ୍ଲ୍ାର ଡାକ୍ତରଙ୍କ କହିବାନୁସାରେ ବିଲରେ କଠିନ କାମ କରୁଥିବାରୁ ମହିଳାମାନେ ନିଜର ସଫେଇ ଉପରେ ଧ୍ୟାନ ଦେଇ ପାରିନଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଗର୍ଭାଶୟ ରୋଗର ସାମ୍ନା କରିବାକୁ ପଡିଥାଏ ।

ପିରିୟଡସ୍ ସମୟରେ ଗର୍ଭାଶୟ ଇନଫେକ୍ସସନ୍ ହୋଇଯାଏ । କ୍ୟାନ୍ସରର ଚିକିତ୍ସା କରିବା ପାଇଁ କିଛି ଡାକ୍ତର ଟଙ୍କା ଲୋଭରେ ମହିଳାଙ୍କୁ ମୃତ୍ୟୁର ଭୟ ଦେଖାଇ ଗର୍ଭାଶୟ ବାହାର କରିବାକୁ କହିଥାନ୍ତି ଏବଂ ମୃତ୍ୟୁ ଭୟରେ ସେମାନେ ଗର୍ଭାଶୟ ବାହାର କରିବାକୁ ରାଜି ହୋଇଯାନ୍ତି । ଏହି ଜିଲ୍ଲାର ୧୦ ଟି ବେସରକାରୀ ହସ୍ପିଟାଲରେ ଏଭଳି କରାଯାଏ । ଏକ ରିପୋର୍ଟ ଅନୁସାରେ ଗତ ତିନିବର୍ଷ ଧରି ଏହି ଜିଲ୍ଲାରେ ୪୫୦୦ ଜଣ ମହିଳାଙ୍କ ଗର୍ଭାଶୟକୁ ବାହାର କରଦେଇଛି ।