ଅତ୍ୟଧିକ ମଦ ପିଉଥିବା ଲୋକଙ୍କ ପାଇଁ ରାମବାଣ ହୋଇପାରେ ଏହି ଗଛର ପତ୍ର ! କିଛି ଦିନ ପିଇବା ପରେ ପୁଣିଥରେ ମଦ ପିଇବାକୁ ମନ ବଳାଇବେନି ବ୍ୟକ୍ତି ।
ଆଜିର ସମୟରେ ନିଶା କରିବା ବା ମଦ ପିିଇବା ଲୋକଙ୍କ ପାଇଁ ଫ୍ୟାସନ୍ ପାଲଟିଗଲାଣି । କିନ୍ତୁ ଏହି ଫ୍ୟାସନ୍ ଯେ କେତେବେଳେ ଅଭ୍ୟାସ ପାଲଟିଯାଉଛି ଏବଂ ଧିରେ ଧିରେ ମଣିଷ ମଦ ପିଇବା ବଦଳରେ ମଣିଷକୁ ମଦ ପିଇଦେଉଛି ତାହା ଜଣା ପଡୁନାହିଁ । ଏହାଦ୍ୱାରା ଲୋକମାନେ ନିଜ ଜୀବନକୁ ତ ନଷ୍ଟ କରୁଛନ୍ତି ଏହାଛଡା ପରିବାର ପାଇଁ ମଧ୍ୟ ସମସ୍ୟା ଉପୁଜାଉଛନ୍ତି । ଅନେକ ଲୋକ ବିନା ସାହାଯ୍ୟରେ ମଦରୁ ନିଜକୁ ଦୂରେଇ ପାରନ୍ତି ନାହିଁ । ଏଥିପାଇଁ ପରିବାରର ସମର୍ଥନ,ପ୍ରୋତ୍ସାହନ ଏବଂ ବିଶେଷଜ୍ଞଙ୍କ ସହାୟତା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ମଦ ପିଇବା ଅଭ୍ୟାସ ଏତେ ଭୟଙ୍କର ହୋଇଥାଏ ଯେ ଏହାର କବଳରେ ପରିବାର ଲୋକ ମଧ୍ୟ ହନ୍ତସନ୍ତ ହୁଅନ୍ତି ଏବଂ ଛୁଆମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଡାକ୍ତରଙ୍କ ସହାୟତାରେ ଏଥିରୁ ଉପସମ ମିଳିପାରିବ କିନ୍ତୁ ଆପଣ ଯଦି ଘରୋଇ ଉପାୟ ଅବଲମ୍ବନ କରିବେ ତେବେ ଖୁବଶୀଘ୍ର ଏହି ସମସ୍ୟାରୁ ବର୍ତ୍ତିପାରିବେ । ମଦକୁ ଛଡାଇବା ପାଇଁ ଆପଣ କଲରା ପତ୍ରର ବ୍ୟବହାର କରିପାରିବେ । କଲରା ପତ୍ର ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହା ମଦର ଖରାପ ଅଭ୍ୟାସକୁ ଦୂରେଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । କଲରା ପତ୍ରକୁ ପ୍ରଥମେ ବାଟି ଏହାର ରସ ବାହାର କରିଦିଅନ୍ତୁ ଚଲହା ସହ ଏହା ମିଶାଇ ପିଇବାକୁ ଦିଅନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କୁ ମଦ ପିଇବାକୁ ଇଚ୍ଛା ହୁଏ ତେବେ ତାଙ୍କୁ କିସମିସ୍ ସରବତ କିମ୍ବା ୨ ରୁ ୩ ଟି କିସମିସ୍ ଦାନା ଦେଇ ଚାପିବାକୁ କୁହନ୍ତୁ ଏହାଦ୍ୱାରା ସେ ମଦ ପିଇବାକୁ ଆଶକ୍ତି ରଖିବେ ନାହିଁ । ଏଥିପାଇଁ ଖଜୁରି କୋଳି ମଧ୍ୟ ବହୁତ ଲାଭଦାୟକ ।