ବ୍ରେନ୍ ଟ୍ୟୁମରର ସବୁଠାରୁ ଉକୃଷ୍ଟ ଚିକିତ୍ସା ଗାମା ନାଇଫ୍ ! କ’ଣ ଏହି ଗାମା ନାଇଫ୍ ଥେରାପି ଆସନ୍ତୁ ଜାଣିବା ।

317

ଟ୍ୟୁମରର କଥା ପଡିଲେ ମନରେ ଡର ଜନ୍ମିଥାଏ । କିଛି ଲୋକ ଭାବନ୍ତି ଯେ ଟ୍ୟୁମର ଅର୍ଥ କ୍ୟାନ୍ସର । କିନ୍ତୁ ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ସବୁ ଟ୍ୟୁମର କ୍ୟାନ୍ସର ହୋଇନଥାଏ । କିନ୍ତୁ ଏହା ସତ ଯେ କ୍ୟାନ୍ସର ଭିତରେ ଟ୍ୟୁମର ନିଶ୍ଚିତ ଥାଏ । ଭାରତ ଭଳି ଦେଶରେ ଏଭଳି ଚିକିତ୍ସା ଖୁବ୍ କମ୍ ସ୍ଥାନରେ ଉପଲବ୍ଧ ହେଉଥିବାରୁ ଲୋକଙ୍କ ମଧ୍ୟରେ ଏହାର ଆତଙ୍କ ଖୁବ୍ ଅଧିକ ଦେଖାଯାଏ । ଏଥିପାଇଁ ଡାକ୍ତର ରୋଗୀକୁ ବାୟୋସ୍ପି ଏବଂ ପେଟସ୍କାନ୍ କରିବା ପାଇଁ କହିଥାନ୍ତି ।

ଶରୀରରେ  ଟ୍ୟୁମର ଅଛି କି ନାହିଁ ତାହା ଜଣାଇଥାଏ ପେଟସ୍କାନ୍ –

ପେଟସ୍କାନ୍ ଦ୍ୱାରା ଡାକ୍ତରଙ୍କୁ ରୋଗୀଙ୍କ ପେଟରେ ଟ୍ୟୁମର ଅଛି କି ନାହିଁ ସେହି ବିଷୟରେ ସୁଚନା ମିଳିଥାଏ । ଏହି କାରଣରୁ ରୋଗୀର ସମ୍ପୁର୍ଣ୍ଣ ଶରୀରକୁ ସ୍କାନ୍ କରାଯାଇଥାଏ । ଅନ୍ୟପକ୍ଷରେ ବାୟୋସ୍ପି ଶରୀରର ଟ୍ୟୁମରକୁ କ୍ୟାନ୍ସର ହୋଇଛି କି ନାହିଁ ତାହା ଚିହ୍ନଟ କରିଥାଏ । ଏହାପରେ ଟ୍ୟୁମରକୁ ପ୍ରାଇମେରୀ ତଥା ସେକେଣ୍ଡାରୀ ଅବସ୍ଥାରେ ଚିହ୍ନଟ କରାଯାଏ । ଏହାପରେ କ୍ୟାନ୍ସରର ଷ୍ଟେଜ୍ ଏବଂ ଏହାର ଚିକିତ୍ସା ମଧ୍ୟ ନିରୁପଣ କରାଯାଏ ।

ସେକେଣ୍ଡାରୀ ଷ୍ଟେଜ୍ ଅର୍ଥ ବ୍ରେନ୍ ଟ୍ୟୁମର୍ –

ଡାକ୍ତରଙ୍କ କହିବାନୁସାରେ ଟ୍ୟୁମରର ଦ୍ୱିତୀୟ ଷ୍ଟେଜ୍ ବ୍ରେନ୍ ଟ୍ୟୁମର ହୋଇଥାଏ । ସେକେଣ୍ଡାରୀ ଷ୍ଟେଜର ଅର୍ଥ ରୋଗୀର ଜୀବନ ସଂକଟାପନ୍ନ ରହିଛି । ମଦ,ସିଗାରେଟ୍ ସେବନ କରୁଥିବା ଲୋକଙ୍କଠାରେ ଏହି ରୋଗ ଅଧିକ ଦେଖା ଦେଇଥାଏ ।

ବ୍ରେନ୍ ଟ୍ୟୁମର ଏବଂ ଏହାର ଚିକିତ୍ସା – 

ବ୍ରେନ୍ ଟ୍ୟୁମର ଏବଂ ଏହାର ଚିକିତ୍ସା ଭାରତରେ ଖୁବ୍ କମ୍ ସ୍ଥାନରେ ହୋଇଥାଏ । ରୋଗୀମାନଙ୍କୁ ଏଥିପାଇଁ ବଡ ବଡ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ କରାଯାଏ କିନ୍ତୁ ଏହାର ସମ୍ପୁର୍ଣ୍ଣ ଚିକିତ୍ସା କରିପାରିବା ସବୁ କ୍ଷେତ୍ରରେ ସମ୍ଭବ ହୋଇପାରେ ନାହିଁ । ପ୍ରଥମେ ରେଡିଓ ଏବଂ ରେଡିଏସନ୍ ଥେରାପୀ ମାଧ୍ୟମରେ ଏହି ଟ୍ୟୁମରକୁ ଶରୀରରୁ କମ୍ କରିବାକୁ ଚେଷ୍ଟା କରାଯାଏ । ଏହାଛଡା କେମୋ ଥେରାପି ମଧ୍ୟ ଏହାର ଏକ ପ୍ରକ୍ରିୟା ଅଟେ । ତେବେ ଯଦି କେବଳ ବ୍ରେନ୍ ଟ୍ୟୁମରକୁ ଗୁରୁତ୍ୱ ଦିଆଯାଏ ତେବେ ଡାକ୍ତର ଗାମା ନାଇଫ୍ ଥେରାପିକୁ ସର୍ବୋକୃଷ୍ଟ ମାନିଥାନ୍ତି ।

ଗାମା ନାଇଫ୍ ଥେରାପି-

ଏହି ଥେରାପିରେ ରୋଗୀଙ୍କୁ ଗାମା କିରଣର ହାଇଡୋଜ୍ ଦିଆଯାଏ । ଏହି ଥେରାପି ମାଧ୍ୟମରେ ଡାକ୍ତର ଟ୍ୟୁମର ଥିବା ସ୍ଥାନକୁ ରେଡିଏସନ୍ ପକାଇ ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ଏହା ଅଧ ଘଣ୍ଟାରୁ ଆରମ୍ଭ କରି ତିନି ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ଚାଲେ । ସର୍ବପ୍ରଥମେ ରୋଗୀର ମୁଣ୍ଡ ଉପରେ ଏକ ଷ୍ଟିଲର ଫ୍ରେମ ଲଗାଯାଏ । ଏହାପରେ ଡାକ୍ତର ରୋଗୀ ମୁଣ୍ଡରେ ଥିବା ଟ୍ୟୁମରର ସାଇଜ୍ ବିଷୟରେ ଜାଣନ୍ତି । ଏହା ପରେ ଚିକିତ୍ସା ଆରମ୍ଭ ହୋଇଥାଏ । କେବଳ ବ୍ରେନ୍ ଟ୍ୟୁମରରେ ଏହି ଚିକିତ୍ସା ସମ୍ଭବ ହୋଇଥାଏ । ତେବେ ଭାରତରେ କେବଳ ଦିଲ୍ଲୀ,ଚେନ୍ନାଇ,ବେଙ୍ଗାଲୁରୁ,ଚଣ୍ଡୀଗଡରେ ଏହାର ଚିକିତ୍ସା ସମ୍ଭବ ହୋଇଥାଏ  ।