ବହୁ ପ୍ରତୀକ୍ଷିତ ସିନେମା ସୂର୍ଯ୍ୟବଂଶୀ ଉପରେ ପଡିଲା କରୋନାର ପ୍ରଭାବ : ଘୁଂଚିଲା ସିନେମା ରିଲିଜ୍ ର ତାରିଖ ।   

633

ସିନେମା ଇଣ୍ଡଷ୍ଟ୍ରି ଉପରେ ପଡିଛି କରୋନାର ପ୍ରଭାବ । ଦିଲ୍ଲୀରେ ମାସକ ପାଇଁ ସମସ୍ତ ସିନେମା ଘର ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଅଟକି ଯାଇଛି ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂଙ୍କ ଅଭିନିତ ସିନେମା ସୂର୍ଯ୍ୟବଂଶୀ। ଆସନ୍ତା ୨୪ ତାରିଖରେ ବହୁ ପ୍ରତିକ୍ଷିତ ଫିଲ୍ମ ସୂର୍ଯ୍ୟବଂଶୀ ରିଲିଜ୍ ହେବାର ଥିଲା । ତେବେ ଭାରତରେ ସ୍ଥିତି ଅନୁକୂଳ ହେବା ଯାଏଁ ସିନେମା ରିଲିଜ ହେବ ନାହିଁ ବୋଲି ଟୁଇଟ୍ କରିଛନ୍ତି ଅକ୍ଷୟ କୁମାର । ମୁଭିର ଟ୍ରେଲରକୁ ଲୋକଙ୍କ ଭଲ ପାଇବା ମିଳିଛି । କିନ୍ତୁ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ବର୍ତ୍ତମାନ ଏହି ଫିଲ୍ମ ରିଲିଜ୍ କରାଯାଉନାହିଁ । ବର୍ତ୍ତ ମାନ ଲୋକଙ୍କ ସୁରକ୍ଷା ପ୍ରାଥମିକତା ବୋଲି କୁହାଯାଇଛି ।

ତେବେ ମାରାତ୍ମକ କରୋନା ଭୂତାଣୁର ବ୍ୟାପକ ସଂକ୍ରମଣ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ଘୋଷଣା ପରେ ମୁକାବିଲା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କରୋନା ଭୂତାଣୁକୁ ମହାମାରୀ ଘୋଷଣା କରିଛନ୍ତି । ୩୧ ମାର୍ଚ୍ଚ ଯାଏ ସମସ୍ତ ସିନେମା ହଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦିଲ୍ଲୀ, ଉତ୍ତରାଖଣ୍ଡ, ଛତିଶଗଡରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସେପଟେ ଆଗାମୀ ମାସେ ପାଇଁ ସମଗ୍ର ବିଶ୍ୱ ସହିତ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି ଭାରତ ସରକାର । ଏପ୍ରିଲ ୧୫ ଯାଏଁ ସମସ୍ତ ଭିସାକୁ ବାତିଲ କରାଯାଇଛି ।