ଦିଲ୍ଲୀ ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳିବିନିମୟ । ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ଅପରାଧୀ ହେଲା ଗିରଫ

96

ଦିଲ୍ଲୀର ଦ୍ୱାରିକା ସେକ୍ଟର-୨୩ ରେ ଅଧରାତିରେ ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଅପରାଧୀ ଲୁଚିଥିବା ସୂଚନା ପାଇ ପୋଲିସ୍ ଉକ୍ତ ସ୍ଥାନରେ ପହଁଚିଥିଲା । କିନ୍ତୁ ପୋଲିସ୍ ପହଁଚିବା ପୂର୍ବରୁ ସତର୍କ ହୋଇଯାଇଥିଲେ ଅପରାଧୀ । ପୋଲିସ୍ କ’ଣ ଘେରାଉ କରିବେ ଓଲଟି ଅପରାଧୀମାନେ ପୋଲିସକୁ ଘେରି ଦେଇଥିଲେ । କେଇ ଘଣ୍ଟାପର୍ଯ୍ୟନ୍ତ ପୋଲିସ୍ ଓ ଅପରାଧୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ପାଖାପାଖି ୬-୭ ରାଉଣ୍ଡ ପରେ ଗ୍ୟାଙ୍ଗଷ୍ଟାର କାଲୁ ବଂଜାରା ହତ୍ୟା ଅପରାଧୀ ପୋଲିସ୍ ହାତରେ ଧରା ପଢିଥିଲା ।

କିଛି ଦିନ ତଳେ ଦିଲ୍ଲୀର କାଜଂବାଲାରେ ପୋଲିସ ଅଧିକାରୀ ଓ ଦୁର୍ବୃତ୍ତମାନଙ୍କ ମଧ୍ୟରେ ଏହିପରି ଗୁଳିବିନିମୟ ହୋଇଥିଲା । ଏହି ଘଟଣାରେ ମୋଷ୍ଟ ୱାଣ୍ଟେଡ୍ ଗୋଗି ବଦମାସ ଗ୍ୟାଙ୍ଗ ଧରାପଡିଥିଲେ । ସେହି ଗ୍ୟାଙ୍ଗର ଅପରାଧୀ ନରିଲା ପୂର୍ବ ବିଧାନସଭା ପ୍ରାର୍ଥୀ ବିରେନ୍ଦ୍ରଙ୍କୁ ୨୬ଟି ଗୁଳି ମାରି ହତ୍ୟା କରିଥିଲେ ।