ଦୀପାବଳୀରେ ବାଣ ନୁହେଁ ହସ ଫୁଟାଇବା ଲକ୍ଷ୍ୟରେ ବଲିଉଡର ଲୋକପ୍ରିୟ ଦମ୍ପତି ! ଅଳିଆ ଗୋଟାଉଥିବା ମହିଳାଙ୍କ ପରିଶ୍ରମକୁ ସାର୍ଥକ କଲେ ଖୁରାନା ଦମ୍ପତି । 

490

ଆଲୋକର ପର୍ବ ଦୀପାବଳୀରେ ଅନ୍ୟର ମୁହଁରେ ହସ ଫୁଟାଇବା ପାଇଁ ବଲିଉଡର ଖୁରାନା ଦମ୍ପତି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସହରର ଗଳିକନ୍ଦିରୁ ଅଳିଆ ଗୋଟାଉଥିବା ମହିଳାମାନଙ୍କୁ ଆର୍ଥୀକ ସ୍ତରରେ ସହାୟତା କରିବା ପାଇଁ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ୍ ଖୁରାନା ଏବଂ ତାଙ୍କ ଧର୍ମପତ୍ନୀ ତାହିରା କଶ୍ୟପ୍ ଅଣ୍ଟା ଭିଡିଛନ୍ତି । ଚଳିତବର୍ଷ ଦୀପାବଳୀରେ ଖୁରାନା ଦମ୍ପତି ବନ୍ଧୁବାନ୍ଧବଙ୍କୁ ଦୀପାବଳୀ ଭେଟିରେ ଦେଉଥିବା ଦୀପ ଏବଂ ମହମବତୀକୁ ଏହି ମହିଳାମାନେ ପ୍ରସ୍ତୁତ କରିଛନ୍ତି । ଦମ୍ପତି ନିଜ ସନ୍ତାନଙ୍କ ସହ ଚଣ୍ଡୀଗଡରେ ଦୀପାବଳୀ ପାଳନ କରିବାକୁ ପ୍ଲାନିଙ୍ଗ୍ କରିଥିବା ବେଳେ ବନ୍ଧୁବାନ୍ଧବଙ୍କ ଉପହାର ସ୍ୱରୁପ ଦୀପ ,ମହମବତୀ ଏବଂ ମାଳା ଦେଇଛନ୍ତି ଏବଂ ଏ ସବୁ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଅଳିଆ ଗୋଟାଉଥିବା ଏହି ମହିଳା ।

ଏଭଳି ଅଭିନବ ପ୍ରୟାସ ପାଇଁ ଆୟୁଷ୍ମାନ କୁହନ୍ତି , ଦୀପାବଳୀର ଅର୍ଥ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା । ଦୀପାବଳୀରେ ଆମେ ନିଜ ପରିବାରଙ୍କ ସହ ହସଖୁସିରେ ସେଲିବ୍ରେସନ୍ କରୁ କିନ୍ତୁ ଆମକୁ ଏ କଥାର ବି ଧ୍ୟାନ ରଖିବାର ଅଛି ଯେ ଅନେକ ଲୋକଙ୍କୁ ଆମ ସହାୟତାର ଆବଶ୍ୟକତା ରହିଛି । ତେଣୁ ଆଲୋକର ପର୍ବରେ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରିବା ବଦଳରେ ନିସହାୟଙ୍କ ମୁହଁରେ ହସ ଏବଂ ତାଙ୍କ ଜୀବନରେ ଖୁସି ଭରନ୍ତୁ ।ଅନ୍ୟପଟେ ସ୍ତ୍ରୀ ତାହିରା ଖୁରାନା କୁହନ୍ତି , ଆମେ ଏଭଳିଙ୍କ କାମକୁ ସମାଜ ସାମ୍ନାରେ ଆଣିବା ପାଇଁ ଏଭଳି କାମ କରିଛୁ । ତାଙ୍କ ପରିଶ୍ରମକୁ ଲୋକ ଯେଭଳି ଜାଣିପାରିବେ ଏବଂ ଆମ ଭଳି ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ କିଣି ତାଙ୍କ ଆତ୍ମବିଶ୍ୱାସକୁ ବଢାଇବେ ଏହା ହିଁ ଆମର ଏକମାତ୍ର ଉଦେ୍ଧଶ୍ୟ । ସୁନ୍ଦର ଜୀବନକୁ ବିପଦପୂର୍ଣ୍ଣ କାମରେ ଲଗାଇ ନଷ୍ଟ ନକରିବାକୁ ତାହିରା ମହିଳା ମାନଙ୍କୁ ଉପଦେଶ ଦେଇଛନ୍ତି ।