କନକ ବ୍ୟୁରୋ : ଚୀନ୍ରେ କରୋନା ଭାଇରସ୍ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଚୀନ୍ରେ ଆଜି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୭ ଶହ ଅତିକ୍ରମ କରିଯାଇଥିବା ବେଳେ ପ୍ରାୟ ୭୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି ଆଉ ୨୬୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ୍ ଆମେରିକା, ୟୁରୋପ୍ ଏବଂ ଆଫ୍ରିକାରେ ମଧ୍ୟ ପହଞ୍ଚି ସାରିଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏ ଦିଗରେ ସମସ୍ତ ରାଷ୍ଟ୍ର ଜରୁରୀ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରିଛି।
ଚୀନ୍ରେ ୯ ହଜାରରୁ ଅଧିକ ଭାଇରସ୍ ସଂକ୍ରମିତ ଲୋକ ସୁସ୍ଥ ହୋଇସାରିଥିବାରୁ ଏହା ଏକ ବଡ଼ ଆଶ୍ବାସନା ହୋଇଛି। ଖୁବ୍ଶୀଘ୍ର ଏହାର ସଫଳ ମୁକାବିଲା ପାଇଁ ପଦ୍ଧତି ବାହାରି ପାରିବ ବୋଲି ଚୀନ୍ ସରକାର ଆଶା ରଖିଛନ୍ତି। ବ୍ଲଡ୍ ପ୍ଲାଜ୍ମା ମାଧ୍ୟମରେ ଅନେକ ଆକ୍ରାନ୍ତଙ୍କ ସଫଳ ଚିକିତ୍ସା ହୋଇପାରିଛି। ଚୀନ୍ରେ ଭାଇରସ୍ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୧୧ ହଜାର ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କ ଜୀବନ ରକ୍ଷା ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/CORONA-4.jpg)