ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ପ୍ରସ୍ତାବ ରଖିଲେ ନବୀନ । କହିଲେ, ଆଉ ୧୦ ବର୍ଷ ବଢାଯାଉ ଜିଏସଟି କ୍ଷତିଭରଣା, ୪୨ ପ୍ରତିଶତ ଜାଗାରେ ରାଜ୍ୟକୁ ମିଳୁ ୫୦ ପ୍ରତିଶତ ଟିକସ ଭାଗିଦାରୀ

170

କନକ ବ୍ୟୁରୋ: ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ଆଜି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଉ ୧୦ ବର୍ଷ ବଢାଯାଉ ଜିଏସଟି କ୍ଷତିଭରଣାକୁ ବଢାଇ ଦିଆଯାଉ । କମିସନ ଯଦି ଏହାକୁ ମାନି ନିଅନ୍ତି ତେବେ ଜିଏସଟି ବାବଦରେ ରାଜ୍ୟ ସରକାର ଗୁଡିକ ସହୁଥିବା କ୍ଷତିର ଭରଣା ଆହୁରି ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରିବ । ଏହା ଛଡା ନବୀନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇ କହିଛନ୍ତି, ଟିକସ ଭାଗିଦାରୀରେ ରାଜ୍ୟ ସରକାର ଗୁଡିକୁ ୪୨ ପ୍ରତିଶତ ଜାଗାରେ ୫୦ ପ୍ରତିଶତ ଅଂଶ ମିଳୁ ।

ବର୍ତମାନ ରାଜ୍ୟ ଗୁଡିକ ସଂଗୃହିତ ଟିକସରୁ ୪୨ ପ୍ରତିଶତ ଅଂଶ ପାଉଛନ୍ତି । ୪୨ ପ୍ରତିଶତ ସ୍ଥାନରେ ୫୦ ପ୍ରତିଶତ ବଢାଇବାକ୍ୁ ନବୀନ ପ୍ରସ୍ତାବ ଦେିଛନ୍ତି । ଏହା ଛଡା ସେସ ଏବଂ ସରଚାର୍ଜରେ ରାଜ୍ୟଗୁଡିକୁ ଭାଗିଦାରୀ ମିଳୁ ବୋଲି ନବୀନ କହିଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଓଡିଶା ପଛରେ ପଡିବାର କାରଣ ଦର୍ଶାଇ ନବୀନ କହିଚନ୍ତି କେନ୍ଦ୍ର ସରକାର ଗୁୂଡିକ ଲଗାତାର ଭାବେ ଓଡିଶାକୁ ଅବହେଳା କରି ଆସିଛନ୍ତି । ଏହା ଛଡା ପ୍ରତି ୨ ବର୍ଷରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବାରୁ ରାଜ୍ୟ ସ୍ୱତନ୍ତ ମାନ୍ୟତା ଦାବି କରୁଛି ବୋଲି ନବୀନ କହିଛନ୍ତି ।