ସାମ୍ନାକୁ ଆସିଲା ସବୁଠାରୁ ଇଙ୍ଗ ନରସଂହାରର ଚିତ୍ର । ପ୍ରତ୍ନତତ୍ତ୍ୱବିତ ମାନେ ଏକ ବଡ ଘଟଣା ଉପରୁ ପରଦା ଉଠାଇଛନ୍ତି । ଯେଉଁଥିରୁ ଇତିହାସରେ ଶିଶୁମାନଙ୍କୁ ବଳି ଦିଆଯାଉଥିବାର ଲୋମଟାଙ୍କୁରା ଦୃଶ୍ୟ ଦେଖାଯାଇଛି । ୫୫୦ ବର୍ଷ ପୂର୍ବେ ପେରୁରେ ସବୁଠାରୁ ବଡ ନରସଂହାର ହୋଇଥିବାର ପ୍ରମାଣ ମିଳିଛି । ଅନ୍ଧବିଶ୍ୱାସ କାରଣରୁ ଏଠାରେ ୨୦୦ ରୁ ଅଧିକ ଶିଶୁ ମାନଙ୍କର ବଳି ଦିଆଯାଇଥିଲା । ପେରୁର ଚିମୁ ସଭ୍ୟତାର କେନ୍ଦ୍ର ପାଖରେ ଥିବା ଟ୍ରୁଜିଲୋ ନିକଟରେ ପ୍ରତ୍ନତତ୍ତ୍ୱବିତମାନେ ବହୁ ବର୍ଷ ତଳେ ହୋଇଥିବା ଏହି ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇଛନ୍ତି ।
ଏହି ସ୍ଥାନରେ ପ୍ରଶ୍ନତତ୍ତ୍ୱବିତମାନେ ୧୪୦ରୁ ଅଧିକ ଶିଶୁମାନଙ୍କ ଅବଶେଷର ସନ୍ଧାନ ପାଇଛନ୍ତି । ତେବେ ଏହି ଶିଶୁମାନଙ୍କର ବୟସ ୫ ବର୍ଷରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ଏହି କଙ୍କାଳ ଗୁଡିକ ମଧ୍ୟରେ ୨୦୦ ଛୋଟ ଲାମାଓ ମାନଙ୍କର କଙ୍କାଳ ଥିବା ମଧ୍ୟ ଜଣାପଡିଛି । ୨୦୧୧ ମସିହାରେ ଏହି ସ୍ଥାନରେ ୪୨ଜଣ ଶିଶୁ ଏବଂ ୭୦ଜଣ ଲାମାଙ୍କର କଙ୍କାଳ ଥିବା ଜଣାପଡିଥିଲା ।
ପେରୁର ପ୍ରତ୍ନତତ୍ତ୍ୱବିତ ମାନେ ଦୁନିଆର ଇତିହାସରେ ଏହି ଘଟଣାକୁ ଶିଶୁମାନଙ୍କୁ ବଳି ଦେବାର ସବୁଠାରୁ ବଡ ଘଟଣା ବୋଲି କହିଛନ୍ତି । ତେବେ ଏହି ସ୍ଥାନକୁ ହୁଆନଚାକିଟୋ ଲାସ ଲମାସ ବୋଲି ମଧ୍ୟ କୁହାଯାଇଥାଏ । ଏହି ଘଟଣାର ଅନୁସନ୍ଧାନ ପାଇଁ ନ୍ୟାସନାଲ ଜିଓଗ୍ରାଫିକ ସୋସାଇଟି ଅନୁମତି ଦେବା ସହ ସାହାଯ୍ୟ ମଧ୍ୟ କରିଛି ।
୨୦୧୧ ମସିହାରେ ୩୫୦୦ ବର୍ଷ ପୁରୁଣା ମନ୍ଦିର ଖୋଳାଯାଉଥିବା ସମୟରେ ମଧ୍ୟ ଶିଶୁମାନଙ୍କର କଙ୍କାଳ ମିଳିଥିଲା । ୨୦୧୬ ମସିହାରେ ସେହି ସ୍ଥାନରେ ୧୪୦ଜଣ ଶିଶୁ ଏବଂ ୨୦୦ ଜଣ ଲାମାଙ୍କ କଙ୍କାଳ ମିଳିଥିଲା । ରେଡିଓକାର୍ବନ ପ୍ରଣାଳୀରୁ ଜଣାପଡିଛି ଯେ, ଏହି ଘଟଣା ୧୪୦୦ ଏବଂ ୧୪୫୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ଘଟିଥିଲା । କଙ୍କାଳରୁ ମିଳିଥିବା କଟା ଦାଗରୁ ଜଣାପଡିଛି ଯେ, ଏହି ଶିଶୁମାନଙ୍କର ହାର୍ଟ ବାହାର କରାଯିବା ପରେ ବଳି ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/101076155_ng_news_childsacrifice_002.jpg)
/kanak/media/post_attachments/wp-content/uploads/2018/04/a82a3e94-4a0d-11e8-b38d-ae9d3b5e5930-300x169.jpg)
/kanak/media/post_attachments/wp-content/uploads/2018/04/aa-Cover-e4ial9h2pdsb3fqd2coq84suv2-20180427160835.Medi_-300x168.jpeg)
/kanak/media/post_attachments/wp-content/uploads/2018/04/peru_ruins-300x169.jpg)