ବିଦେଶରେ ନାଁ କଲେ ଭାରତୀୟ ଛାତ୍ର : ୧୩ ବର୍ଷୀୟ ବାଳକ ବନିଲେ ସଫ୍ଟୱେର କମ୍ପାନୀର ମାଲିକ

ଏହି ବାଳକର ନାଁ ହେଉଛି ଆଦିତ୍ୟନ୍ ରାଜେଶ।

189

୧୩ ବର୍ଷର ଭାରତୀୟ ବାଳକ ଏବେ ଦୁବାଇରେ ଏକ ସଫ୍ଟୱେର କମ୍ପାନିର ମାଲିକ ହୋଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ୪ ବର୍ଷ ପୂର୍ବେ ୯ ବର୍ଷ ବୟସରେ ସେ ଏକ ମୋବାଇଲ୍ ଆପ୍ଲିକେସନ ବିକାଶିତ କରିଥିଲେ। ଏହି ବାଳକର ନାଁ ହେଉଛି ଆଦିତ୍ୟନ୍ ରାଜେଶ। କେରଳର ଥିରୁଭିଲ୍ଲାରେ ତାଙ୍କର ଜନ୍ମ।

ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ତାଙ୍କ ପରିବାର ଦୁବାଇ ଚାଲି ଯାଇଥିଲା। ସେଠାରେ ପ୍ରଥମେ ତାଙ୍କ ବାପା ତାଙ୍କୁ ବିବିସି ଟାଇପିଂ ନାମକ ୱେବସାଇଟ୍ ଦେଖାଇଥିଲେ। ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୱେବସାଇଟ୍ ମାଧ୍ୟମରେ ଜଣେ ଟାଇପିଂ ଶିଖି ପାରିଥାନ୍ତି। ୫ ବର୍ଷ ବୟସରେ କମ୍ପ୍ୟୁଟର ଶିଖିଥିବା ଏବଂ ୯ ବର୍ଷ ବୟସରେ ମୋବାଇଲ ଆପ୍ ବିକାଶ କରିଥିବା ରାଜେଶ ଏବେ ୧୩ ବର୍ଷ ବୟସରେ ଏକ କମ୍ପାନିର ମାଲିକ ହୋଇପାରିଛନ୍ତି। ତାଙ୍କ କମ୍ପାନିର ନାମ ଟ୍ରିନେଟ୍ ସଲ୍ୟୁସନ୍ସ ରହିଛି ବୋଲି ଖଲିଜ୍ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। ଏବେ ତାଙ୍କ କମ୍ପାନି ଗ୍ରାହକଙ୍କ ପାଇଁ ଲୋଗୋ ଓ ୱେବସାଇଟ୍ ବିକାଶ କରୁଛି। ଏହି କମ୍ପାନିରେ ଏବେ ୩ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେହି କର୍ମଚାରୀମାନେ ହେଉଛନ୍ତି ରାଜେଶଙ୍କ ସ୍କୁଲ ସାଙ୍ଗ। ପ୍ରକୃତରେ ଏକ କମ୍ପାନିର ମାଲିକ ହେବା ପାଇଁ ମୋତେ ୧୮ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ତାଙ୍କ ସଂସ୍ଥା ଏବେ କମ୍ପାନି ଭାବେ କାର୍ଯ୍ୟ କରୁଛି। ୧୨ଜଣରୁ ଅଧିକ ଗ୍ରାହକଙ୍କୁ ତାଙ୍କ ସଂସ୍ଥା ଏବେ ବିନା ମୂଲ୍ୟରେ ସେବା ଯୋଗାଉଛି ବୋଲି ରାଜେଶ କହିଛନ୍ତି।