କେଶ ଷ୍ଟ୍ରେଟେନିଙ୍ଗ୍ କରିବାକୁ ପାର୍ଲର ଯାଉଛନ୍ତି କି ? ତେବେ କେରାଟିନ୍ ଏବଂ ଷ୍ଟ୍ରେଟେନିଙ୍ଗ୍ ଭିତରେ ଅନ୍ତର ଜାଣନ୍ତୁ ।

1,285

ମହିଳାଙ୍କ ଦୂର୍ବଳତା ହେଉଛି କିଭଳି ଭାବେ ନିଜ କେଶକୁ ସୁନ୍ଦର ରଖିବା । ଏଥିପାଇଁ ନାନା ପ୍ରକାର ପ୍ରଡକ୍ଟ ଏବଂ ଟ୍ରିଟମେଣ୍ଟ କରାଇ ମହିଳାମାନେ ନିଜ କେଶର ଯତ୍ନ ନେଇଥାନ୍ତି । ତେବେ ମହିଳାମାନଙ୍କ ମଧ୍ୟରେ ବର୍ତ୍ତମାନ ରିୱାଇଡିଙ୍ଗ୍, ଷ୍ଟ୍ରେଟେନିଙ୍ଗ୍ ,ସ୍ମୁଦନିଙ୍ଗ୍ ଏବଂ କେରାଟିନ୍ କୁ ନେଇ ଟ୍ରିଟମେଣ୍ଟର ଚାହିଦା ବଢିବାରେ ଲାଗିଛି । ତେବେ ଏସବୁ ପ୍ରଡକ୍ଟ ନିଜ କେଶ ଉପରେ ପ୍ରୟୋଗ କରିବା ପୂର୍ବରୁ ମହିଳାମାନେ ଏଥିପାଇଁ ଦ୍ୱନ୍ଦରେ ପଡିଥାନ୍ତି । ତେବେ ଆପଣଙ୍କର ଏହି ଦ୍ୱନ୍ଦକୁ ଆମେ କ୍ଲିୟର୍ କରିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା କେରାଟିନ୍ ଏବଂ ଷ୍ଟ୍ରେଟେନିଙ୍ଗ୍ ଭିତରେ କ’ଣ ।

 

କ’ଣ ଏହି କେରାଟିନ୍ ଟ୍ରିଟମେଣ୍ଟ ?

କେରାଟିନ୍ ହେଉଛି ଏକ କ୍ୟାମିକାଲ୍ ଟ୍ରିଟମେଣ୍ଟ । ଏହି ଟ୍ରିଟମେଣ୍ଟ ଆପଣଙ୍କ ଚୁଟିର ଚମକ ଫେରାଇବା ସହ ଚୁଟିର ଅଠାଳିଆ ପଣକୁ ଦୂର କରି ନରମ କରିଥାଏ । ଏକ୍ସପର୍ଟସଙ୍କ କହିବାନୁସାରେ ଯେଭଳି ବୟସ ଅନୁସାରେ ମହିଳାଙ୍କ ତ୍ୱଚାରେ ଭାଙ୍ଗ ପଡିଥାଏ ଠିକ୍ ସେଭଳି ଚୁଟିରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ତେବେ ଏହି ଟ୍ରିଟମେଣ୍ଟ୍ ଚୁଟିକୁ ସିଲ୍କ କରିବା ସହ ଷ୍ଟ୍ରଙ୍ଗ୍ ମଧ୍ୟ କରେ । ଯଦି ଆପଣଙ୍କ ପ୍ରବଳ ମାତ୍ରାରେ ଚୁଟି ଉପୁଡୁଛି ଏବଂ ଅଠା ଭଳି ହୋଇଯାଉଛି ତେବେ ଏହି ଟ୍ରିଟମେଣ୍ଟ୍ ଆପଣଙ୍କ ପାଇଁ ଭଲ ହେବ । ଏହି ଟ୍ରିଟମେଣ୍ଟରେ ଆପଣଙ୍କୁ ଚୁଟିରେ ମୋଟା ପରଦର ଏକ ପ୍ରୋଟିନ୍ ଚଢା ଯାଇଥାଏ ଏବଂ ଏହାକୁ ଚୁଟିରେ ଲକ୍ କରାଯାଏ । ଏହି ଟ୍ରିଟମେଣ୍ଟରେ ଆପଣଙ୍କ ଚୁଟି ସାଇନ୍ କରିବା ସହ ଅଳ୍ପ ଷ୍ଟ୍ରେଟ୍ ହୋଇଯାଏ । କିନ୍ତୁ ଆପଣ ଯଦି ଭାବୁଛନ୍ତି ଷ୍ଟ୍ରେଟେନିଙ୍ଗ୍ ଭଳି ଏହା ହେବ ତେବେ ଆପଣଙ୍କ ଧାରଣା ଭୁଲ୍ । ଏହି ଟ୍ରିଟମେଣ୍ଟରେ ଆପଣଙ୍କ ଚୁଟି ଅଳ୍ପ ମାତ୍ରାରେ ଷ୍ଟ୍ରେଟ୍ ହେବ । ଚୁଟିର ନିର୍ଜୀବତାକୁ ଏହି ଟ୍ରିଟମେଣ୍ଟ୍ ସତେଜ କରିଥାଏ । କେରାଟିନ୍ ରେ ବ୍ୟବହାର ହେଉଥିବା ପ୍ରଡକ୍ଟ ସଫ୍ଟ ଥିବା ବେଳେ ଅନ୍ୟ ଟ୍ରିଟମେଣ୍ଟରେ ବ୍ୟବହୃତ ହେଉଥିବା କ୍ୟାମିକାଲ୍ ହାର୍ଡ ହୋଇଥାଏ ।