ନିମ୍ନ ଏବଂ ଉଚ୍ଚ ରକ୍ତଚାପ ଉଭୟ ଶରୀର ପ୍ରତି କ୍ଷତିକାରକ ! କରନ୍ତୁ ଏହାର ଘରୋଇ ଉପାୟରେ ପ୍ରତିକାର । 

773

ପ୍ରତ୍ୟେକ ବ୍ୟକ୍ତିର ରକ୍ତଚାପ ଦିନ ମଧ୍ୟରେ ଅନେକ ଥର ବଦଳିଥାଏ। କେଉଁମାନେ ଉଚ୍ଚ ରକ୍ତଚାପର ଶିକାର ତ କେଉଁମାନେ ନିମ୍ନ ରକ୍ତଚାପ ଦ୍ୱାରା ଆକ୍ରାନ୍ତ। ସୁସ୍ଥ ଜୀବନଶୈଳୀକୁ ଆପଣାଇ ଏହି ନିମ୍ନ ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇ ପାରେ ! ଘରୋଇ ଉପାୟରେ କିଭଳି ରକ୍ତଚାପରୁ ଦୂରେଇ ରହି ହେବ ସେ ନେଇ ଡ଼ାକ୍ତର ସଂଜୀବ୍ ଅଗ୍ରଓ୍ଵାଲ୍ ସୂଚନା ଦେଇଛନ୍ତି।

ପ୍ରଥମତଃ ଜାଣନ୍ତୁ ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣ ରଖିବାର ଉପାୟ ।

୧- ଏକ କପ୍ କନ୍ଦମୂଳ ଜୁସ୍ ଦୈନିକ ଦୁଇଥର ପିଅନ୍ତୁ।ଏହା ନିମ୍ନ ରକ୍ତଚାପ ଲାଗି ସବୁଠାରୁ ଭଲ ଘରୋଇ ଉପାୟ ଅଟେ।

୨- ଏହା ସହିତ ଆପଣ ଏକ ମାଟି ପାତ୍ରରେ ପାଣି ଭର୍ତ୍ତିକରି ୩୨ଟି କିସ୍ମିସ୍କୁ ରାତିରେ ଭିଜାଇ ରଖନ୍ତୁ। ସକାଳୁ ଉଠିଲା ପରେ ଖାଲିପେଟରେ ଗୋଟିଏ ଗୋଟିଏ କରି କିସ୍ମିସ୍ ଚୋବାନ୍ତୁ ଏବଂ ଶେଷରେ କିସ୍ମିସ୍ ପାଣିକୁ ମଧ୍ୟ ପିଇଦିଅନ୍ତୁ।

୩-ଆପଣ ୧୦ରୁ ୧୫ଟି ତୁଳସୀ ପତ୍ର ଆଣି ତାହାକୁ ପେସି ଦିଅନ୍ତୁ। ଏହାପରେ ସେଥିରୁ ରସ ବାହାର କରି ଏଥିରେ ୧ ଚାମଚ ମହୁ ମିଶ୍ରଣ କରି ଖାଲି ପେଟରେ ପିଇଦିଅନ୍ତୁ।

୪- ସାତଟି ବାଦାମ ମଞ୍ଜିକୁ ରାତିରେ ପାଣିରେ ଭିଜାଇ ଏହାର ଚୋପା ଛଡ଼ାନ୍ତୁୂ। ଏହାପରେ ଚୋପାକୁ ପେସି ତାହାକୁ କ୍ଷୀରରେ ମିଶାଇ କିଛି ସମୟ ପର୍ୟ୍ୟନ୍ତ ଫୁଟାନ୍ତୁ। ଏହା ଥଣ୍ଡାହେଲା ପରେ ଆପଣ ଏହା ସେବନ କରନ୍ତୁ।

୫- ତେବେ କଫି ମଧ୍ୟ ନିମ୍ନ ରକ୍ତଚାପ ଲାଗି ମହୋଷଧୀ ଭଳି କାର୍ୟ୍ୟ କରିଥାଏ। ହେଲେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏହାର ସେବନ ଠାରୁ ଦୂରେଇ ରହନ୍ତୁ।

୬- ଡ଼ିହାଇଡ୍ରେସନ୍ ବି ନିମ୍ନ ରକ୍ତଚାପର କାରଣ ହୋଇଥାଏ। ତେଣୁ ଆପଣ ପର୍ୟ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ।

 

ଏବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାର ଉପାୟ ବିଷୟରେ।

୧-ଉଚ୍ଚ ରକ୍ତଚାପର ଶିକାର ହୋଇଥିବା ରୋଗୀ ପ୍ରତ୍ୟେହ ସକାଳେ କିମ୍ବା ଦ୍ୱିପ୍ରହରରେ ଖାଲିପେଟରେ ଗିଲାସେ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। କାରଣ ଲେମ୍ବୁ ସାଧାରଣତଃ ରକ୍ତ ନଳିକାକୁ ନରମ ରଖିଥାଏ।

୨- କଞ୍ଚା ରସୁଣ ମଧ୍ୟ ଏହାପାଇଁ ବିଶେଷ ଉପକାରୀ ହୋଇଥାଏ। ତେଣୁ ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ଏହାକୁ ନିଶ୍ଚିତ ଭାବରେ ସାମିଲ୍ କରାନ୍ତୁ। କାରଣ ରସୁଣ ନାଇଟ୍ରିକ୍-ଅକ୍ସସାଇଡ଼୍ ଏବଂ ହାଇଡ୍ରୋଜେନ୍-ସଲ୍ଫାଇଡ୍ର ନିର୍ମାଣକୁ ଷ୍ଟିମୁଲେଟ୍ କରି ରକ୍ତ ନଳିକାକୁ ରିଲାକ୍ସ ରଖିଥାଏ।

୩-ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ବା ଦୁଇଟି କଦଳୀ ସେବନ ବି ଉଚ୍ଚ ରକ୍ତଚାପ ସମସ୍ୟାଠୁଁ ବ୍ୟକ୍ତିକୁ ମୁକ୍ତି ଦେଇଥାଏ।କାରଣ କଦଳୀରେ ପୋଟାସିଅମ୍ର ମାତ୍ରା ବ୍ୟକ୍ତି ଶରୀର ମଧ୍ୟରେ ସୋଡ଼ିଅମ୍ର ପ୍ରଭାବକୁ କମ୍ କରିଥାଏ। ଏହାସହିତ କଦଳୀର ସେବନ ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

୪-ତେବେ ନଡ଼ିଆ ପାଣି ମଧ୍ୟ ଉଚ୍ଚ ରକ୍ତଚାପ ଲାଗି ବିଶେଷ ଉପକାରୀ ଅଟେ। ଯଦି ଆପଣ ଏହାର ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି ତ, ତେବେ ପ୍ରତ୍ୟେକ ଦିନ ସକାଳୁ ଉଠି ଖାଲିପେଟରେ ଏହାର ପାଣିକୁ ପିଅନ୍ତୁ।