ପୁରୁଷଙ୍କ ଆଖିଆଗକୁ ନ ଆସିବା ପାଇଁ ଘରର ଝିଅମାନଙ୍କୁ ଦିଆଯାଏ ଛାତିରେ ଶେକ ! ୧୦୦୦ ରୁ ଅଧିକ ଝିଅ ହେଲେଣି ଏହି ଗମ୍ଭୀର ଅପରାଧର ଶିକାର ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କଥାର ଖୁଲାସା ହୋଇଛି କି ଇଂଲଣ୍ଡରେ ପ୍ରାୟ ୧୦୦୦ ଝିଅଙ୍କ ଛାତି ଉପରେ ଗରମର ପଥର ଶେକ ଦିଆଯାଇଛି । ଏପରି କରିବାର କାରଣ ଝିଅଙ୍କ ଛାତିର ବିକାଶକୁ କମ୍ କରିବା । ଯୌନ ଶୋଷଣ ଏବଂ ଦୁଷ୍କର୍ମରୁ ବଞ୍ôଚବା ପାଇଁ ଝିଅମାନଙ୍କ ଉପରେ ଏଭଳି କ୍ରୁରତା କରାଯାଉଛି । ଏଭଳି ପରମ୍ପରା ପ୍ରଥମେ ଆଫ୍ରିକାରୁ ଆରମ୍ଭ ହୋଇଥିଲା । ରିପୋର୍ଟ ମୁତାବକ ଲଣ୍ଡନ , ୟାର୍କସାୟର , ଏସେକ୍ସ, ୱେଷ୍ଟ୍ ମିଡଲେଣ୍ଡସ୍ ରେ ରହୁଥିବା ଆଫ୍ରିକାର ମୂଳରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ଏହି ଘଟଣା ଦେଖାଦେଇଛି । କମ୍ୟୁନିଟି ୱାର୍କର୍ସରୁ ମିଳିଥିବା ବିବରଣୀ ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କମ୍ୟୁନିଟି ୱାର୍କର୍ସଙ୍କ ମୁତାବକ ଘରର ବରିଷ୍ଠ ମହିଳାମାନେ ଝିଅଙ୍କ ମାସିକଧର୍ମ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଛାତିରେ ଶେକ ଦିଅନ୍ତି । ଏଥିରେ ୧୦ ବର୍ଷର ଝିଅମାନେ ମଧ୍ୟ ସାମିଲ ଥାନ୍ତି । ଏହା ସପ୍ତାହକୁ ଥରେ ତ ନହେଲେ ୧୫ ଦିନରେ ଥରେ ହୋଇଥାଏ । ଅଧିକତର ମା’ ମାନେ ହିଁ ଏହିଭଳି କରିଥାନ୍ତି । ଏହାଦ୍ୱାରା ସେମାନଙ୍କ ଝିଅ ସୁରକ୍ଷିତ ହେବା କଥା ଭାବିଥାନ୍ତି । ପୁରୁଷଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଝିଅମାନେ କିଭଳି ନ ପାଲଟିବେ ଏହା ସେଠାକାର ମହିଳାମାନେ ଚିନ୍ତା କରିଥାନ୍ତି ।
ତେବେ ମନୋସ୍ତତ୍ତ୍ୱବିତ୍ ଏଭଳି ପ୍ରକ୍ରିୟାକୁ ଚାଇଲ୍ଡ ଆବ୍ୟୁଜ୍ ର ନାଁ ଦେବା ସହ ଏଥିରେ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପଡିବା କଥା ମଧ୍ୟ କହିଛନ୍ତି । ଏହାଦ୍ୱାରା ଇନଫେକ୍ସନ୍ ର ସୁବିଧା ମଧ୍ୟ ରହିଥାଏ । ଏହାଦ୍ୱାରା ସ୍ତନ୍ୟପାନ କରାଇବା ପାଇଁ ମଧ୍ୟ ମହିଳା ଅଯୋଗ୍ୟ ବିବେଚିତ ହେବେ ଏବଂ ସ୍ତନକର୍କଟ ମଧ୍ୟ ହୋଇପାରେ । ଏହା ଏକ ଗମ୍ଭୀର ଅପରାଧ । ତେବେ ଖୁବ୍ ଦୁଃଖର ବିଷୟ ଏହି ଅପରାଧ ପାଇଁ କୌଣସି କାନୁନ୍ ଏଯାଏଁ ନାହିଁ ।