ଗାଇ ଏବଂ ମଇଁଷିଙ୍କ ଠାରେ ବ୍ୟାପୁଛି ଏହି ଗମ୍ଭୀର ରୋଗ ! ଆପଣ ମଧ୍ୟ କ୍ଷୀର ପିଇବା ପୂର୍ବରୁ ସତର୍କ ରୁହନ୍ତୁ ।

1,493

ପଚାସଢା ଏବଂ ଅସନା ଖାଦ୍ୟ ଖାଇବା ଦ୍ୱାରା ସହରର ବୁଲା ଗାଇଗୋରୁଙ୍କୁ ଏବେ ଏକ ରୋଗ ହେଉଛି ଯାହା ଏକ ଚିନ୍ତାଜନକ ବିଷୟ । ଖାସ୍ କରି ସେହି ଲୋକଙ୍କ ପାଇଁ ଯେଉଁମାନେ ଏହି ବୁଲା ଗାଇଗୋରୁଙ୍କ କ୍ଷୀର ପିଉଛନ୍ତି । ଏହି ଗାଇଗୋରୁଙ୍କୁ ଥନେଲା ନାମକ ଏକ ରୋଗ ହେଉଛି । ପଶୁ ବିଶେଷଜ୍ଞଙ୍କ ମତରେ ଲଗାତାର ପଚାସଢା ଏବଂ ଅସନା ଖାଦ୍ୟ ଖାଇବା ଦ୍ୱାରା ପଶୁଙ୍କୁ ଏଭଳି ରୋଗ ହୋଇଥାଏ । ଏହି ବୁଲା ଗାଇଗୋରୁ ପ୍ରତିଦିନ ସଡକରେ ବୁଲି ଦିନରାତି ଅସନାରେ ମୁହଁ ମାରିଥାନ୍ତି । ଯେତେବେଳେ ପଶୁ ଲଗାତାର ଏଭଳି ସାମଗ୍ରୀ ଖାଇଥାନ୍ତି ତେବେ ସଂକ୍ରମଣର ମାତ୍ରା ଅଧିକ ବଢିଯାଏ । ପଶୁ ରୋଗରେ ପଡନ୍ତି । ଏଥିପାଇଁ ଗୋବରରୁ ମଧ୍ୟ ସାଧାରଣ ଅପେକ୍ଷା ଅଧିକ ଦୁର୍ଗନ୍ଧ ବାହାରିଥାଏ । କାର୍ବୋହାଇଡ୍ରେଟ୍ ଅଧିକ ଥିବା ଦୁଗଧର ଗୁଣବତ୍ତା ମଧ୍ୟ କମିଯାଏ । ପ୍ରୋଟିନ୍ ଅଧିକ ଆସିବା କାରଣରୁ ଏଲକାଇନ୍ ର ମାତ୍ରା ମଧ୍ୟ ବଢିଯାଏ ଏବଂ ସ୍ତନରୁ ରକ୍ତ ବାହାରିବା ଭଳି ଅସୁବିଧା ମଧ୍ୟ ଦେଖାଯାଏ ଏବଂ କ୍ଷୀରର ସ୍ୱାଦରେ ମଧ୍ୟ ପରିବର୍ତ୍ତନ ହେଲା ଭଳି ଲାଗେ ।

ପଶୁ ବିଶେଷଜ୍ଞଙ୍କ କହିବାନୁସାରେ ବୁଲା ପଶୁଙ୍କ ଠାରୁ ସହରରୁ ପ୍ରାୟ ୧୦ ରୁ ୧୫ ଲିଟର କ୍ଷୀର ସପ୍ଲାଏ ହୋଇଥାଏ । ଯଦି ଏହି କ୍ଷୀରରୁ ୧୦ ପ୍ରତିଶତ ମଧ୍ୟ ଏହି ଥନେଲା ରୋଗ କବଳରେ ଆସିଯାଏ ତେବେ ପୁରା କ୍ଷୀର ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ବଢିଯାଏ । ଯାହାକୁ ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ତେବେ ଏଥିପାଇଁ ଥଣ୍ଡା କ୍ଷୀର ସେବନରୁ ବଂଚନ୍ତୁ । କ୍ଷୀରର ସ୍ୱାଦ ପରିବର୍ତ୍ତନ ହେଲେ କ୍ଷୀର ପିଅନ୍ତୁ ନାହିଁ ।