ନୂଆ ଓଡ଼ିଶାରେ ଶିଳ୍ପ ! ୨୨ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଫୋକସରେ ୪ ଜିଲ୍ଲା, ଏପଟେ କେନ୍ଦୁଝରର ୧୦ ପ୍ରକଳ୍ପରେ ତାଲା

516

କନକ ବ୍ୟୁରୋ: ଦେଶର ନୂଆ ମାନୁଫାକଚରିଂ ହବ୍ ହେବ ଓଡିଶା । ଆଜି ୧୦ଟି କ୍ଷେତ୍ରରେ ୨୨ଟି ଶିଳ୍ପ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୪ ହଜାର ୪୬୧ କୋଟିର ପୁଂଜିନିବେଶ ହେବ । ଏବଂ ୯ ହଜାର ୨୩୦ ଜଣ ନିଯୁକ୍ତି ପାଇବେ । ତେବେ ମୋଟ୍ ୪୪୬୧ଟି କୋଟିର ହେବ ପୁଂଜି ନିବେଶ କରାଯାଇ ଶିଳ୍ପ ସଂମୃଦ୍ଧ ଓଡ଼ିଶା ସ୍ୱପ୍ନ ନେଇ ଆଗକୁ ବଢ଼ି ଚାଲିଥିବା ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଏକ ବିସ୍ତୃତ ଖସଡ଼ା ଉପରେ ନଜର ପକାନ୍ତୁ ।

କେନ୍ଦୁଝର- ରୁଙ୍ଗଟା ମାଇନ୍ସ, ୧,୬୭୭ କୋଟିର ପଂଜି ନିବେଶ

ସମ୍ବଲପୁରର ରେଙ୍ଗାଲି- ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜୀ, ୮୭୦ କୋଟିର ପୁଂଜିନିବେଶ
ଯାଜପୁର, କଳିଙ୍ଗନଗର- ଜେଏସଡବ୍ଲ୍ୟ ସିମେଂଟ, ୩୧୮କୋଟିର ପୁଂଜିନିବେଶ

ଆଠଗଡ, କଟକ-ଆରତୀ ଷ୍ଟିଲ, ୨୫୦ କୋଟିି ପୁଂଜି ନିବେଶ

ଏହା ସହିତ ପୁରୀ, ରାୟଗଡା, ସୁନ୍ଦଗରଗଡ ବୈାଦ୍ଧରେ ହେବାକୁ ଯାଉଛି ଶିଳ୍ପ କରିଡର । ସଚିବାଳୟରେ ୧୨ଟି ପ୍ରକଳ୍ପର ଭିତିପ୍ରସ୍ତର ପ୍ରସ୍ତର ସ୍ଥାପନ ସହିତ ୧୦ଟିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ପାଇଁ ପାଖାପଖି ୫ ହଜାର କୋଟି ଟଙ୍କାର ହେବ ପଂଜି ନିବେଶ । ଯେଉଁଥିରେ ୯ ୪୫୧ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।

ଓଡିଶାରେ ଶିଳ୍ପର ବାତାବରଣ ସୃଷ୍ଟି ପାଇଁ ଅନକେ ପଂଜିପତିଙ୍କୁ ଓଡିଶାକୁ ଆକୃଷ୍ଟ କରାଯାଇଛି । ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ମେକ ଇନ ଓଡିଶା କାର୍ଯ୍ୟକ୍ରମ କରାଯାଉଛି । ୨୧୦୮ ମେକ ଇନ ଓଡିଶାରେ ପୁଂଜିନିବେଶ ପାଇଁ ୨୦୨ ପ୍ରସ୍ତାବ ଆସିଥିଲା, ସେଥି ମଧ୍ୟରୁ ୬୭ର ସିଙ୍ଗଲ ଓଇଣ୍ଡୋ କ୍ଲିଏରାନ୍ସ ମଧ୍ୟ ମିଳିସାରିଛି । ଯେଉଁଥିରେ ୪ ଲକ୍ଷ ୨୩ ହାଜର ଟଙ୍କାର ପଂଜିନିବେଶ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ପୁରଣା ଶିଳ୍ପକୁ ଭୁଲିଯାଉଛନ୍ତି କି ସରକାର । କେନ୍ଦୁଝରର ସ୍ପଂଜ ଆଇରନ ଶିଳ୍ପ ଭଳି ୧୦ଟି ଶିଳ୍ପ ବନ୍ଦ ହେବା ନେଇ ସରକାର ମଧ୍ୟ ବିଧାନସଭାରେ ସ୍ୱୀକାର କରିଛନ୍ତି ।

ଅନ୍ୟପଟେ କାହିଁକି ଏହି ଶିଳ୍ପ ବନ୍ଦ ହେଉଛି ଏହାକୁ ନେଇ ହାଲୁକା ଭାବେ ଉତ୍ତର ରଖିଛନ୍ତି ଶିଳ୍ପ ସଚିବ । ଅନ୍ୟପଟେ ସରକରାଙ୍କ ଶିଳ୍ପ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଗୋଟିଏ ପଟେ ପୁରୁଣା ଶିଳ୍ପ ବନ୍ଦ ହୋଇଯାଇଛି । ସେନେଇ କିଛି ପଦକ୍ଷେପ ନେଇନାହାନ୍ତି ସରକାର । କିନ୍ତୁ ନୂଆ ପୁଂଜିନିବେଶକାରୀଙ୍କୁ ଆକୃଷ୍ଟ କରି ଓଡିଶାରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ଅଂଟା ଭିଡିଛି ଶିଳ୍ପ ବିଭାଗ ।