କେବଳ ବୟସ୍କଙ୍କୁ ନୁହଁ ଶିଶୁମାନଙ୍କୁ ବି ହୁଏ ମଧୁମେହ ! ଜାଣନ୍ତୁ ଏହାର ଲକ୍ଷଣ ଏବଂ ନିରାକରଣ ।

631

ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗ ଭାବେ ପରିଚିତ ହୋଇଗଲାଣି । ଏହା କେବଳ ବୟସ୍କଙ୍କୁ ହୋଇଥାଏ ତାହା ନୁହଁ, ନବଜାତଠାରୁ ଆରମ୍ଭ କରି ଯୁବକଙ୍କ ପର୍ୟ୍ୟନ୍ତ ଏହା ସମସ୍ତଙ୍କ ନିକଟରେ ଦେଖାଯାଇଥାଏ । ଶରୀରରେ ବିଟା କୋଷିକା ଶେଷ ହେବା ପରେ ଇନସୁଲିନ୍ ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଥାଏ, ଯାହା ଫଳରେ ଶରୀରରେ ଶର୍କରା ମାତ୍ରା ବଢ଼ିଥାଏ । ମଧୁମେହକୁ ସଠିକ୍ ସମୟରେ ଚିହ୍ନଟ କରି ଏହାର ଉପଚାର କରିବା ଦ୍ୱାରା ଶିଶୁଙ୍କୁ ମଧୁମେହରୁ ରକ୍ଷା କରାଯାଇପାରିବ । ଏଣୁ ଆସନ୍ତୁ ଜାଣିବା ଶିଶୁ ମଧୁମେହର ଲକ୍ଷଣ ଏବଂ ଏହାର ଉପଚାର ।

 

ଲକ୍ଷଣ :

-ବାରମ୍ବାର ଶୋଷ ଲାଗିବା ସହ ବାରମ୍ବାର ପରିସ୍ରା ଲାଗିବା ।

– ଶିଶୁଙ୍କୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଆହୁରି ଭୋକ ଲାଗିବା ।

-ଯେତେ ପରିମାଣର ଖାଦ୍ୟ ଗ୍ରହଣ କଲେ ମଧ୍ୟ ଓଜନରେ କୌଣସି ପ୍ରକାରର ବୃଦ୍ଧି ନ ଘଟିବା ।

-ଶରୀରରେ ଇନସୁଲିନର ମାତ୍ରା କମ୍ ରହିବ ଯୋଗୁଁ ଥକାପଣ ଅନୁଭବ ହେବା।

-ଶିଶୁଙ୍କ ସଂକ୍ରମଣ ହେବା ବା ଡ଼ାଏପର ପିନ୍ଧିଲେ ଖଣ୍ଡିଆ ହୋଇ ଶୀଘ୍ର ନ ଶୁଖିବା ।

କିପରି କରିବେ ଉପଚାର :

– ପୋଷକଯୁକ୍ତ ଖାଦ୍ୟ ସହ ସଠିକ୍ ସମୟରେ ଖାଦ୍ୟ ଗ୍ରହଣ କରାନ୍ତୁ।

-ଶରୀରରେ ଇନସୁଲିନ୍ ମାତ୍ରା ଠିକ୍ ରହିଛି କି ନାହିଁ ସମୟ ବ୍ୟବଧାନରେ ପରୀକ୍ଷା କରିବା ।

-ଶିଶୁଙ୍କୁ ନିୟମିତ ବ୍ୟୟାମ ଅଭ୍ୟାସ କରାଇବା । ମଧୁମେହରୁ ବଞ୍ଚିବା ପାଇଁ କଲରା ଏବଂ ପିତା ଜାତୀୟ ଖାଦ୍ୟ ଦେବା ସହ ସମାନ ସମୟ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା।