ପ୍ରାୟ ସମସ୍ତେ ରାତିରେ ଲାଇଟ୍ ବନ୍ଦ କରି ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବହୁତ ଅଳ୍ପ ଲୋକ ଥାଆନ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଇବାକୁ ଭଲ ପାଆନ୍ତି । ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ । କାରଣ ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ । ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଶୋଇବା ସମୟରେ ଲାଇଟ୍ ଜଳାଇ ଶୋଇବା ଦ୍ୱାରା ବହୁ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏପରି ଶୋଇବା ଦ୍ୱାରା କି ସମସ୍ୟା ହୋଇଥାଏ ।
ସୁସ୍ଥ ଜୀବନ ପାଇଁ ଦିନକୁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଖାସ୍ କରି ରାତିରେ ଶାନ୍ତିରେ ଶୋଇବା ଜରୁରୀ । ଦିନସାରା କାମ କରି ରାତିରେ ଶୋଇବା ଯୋଗୁଁ ଶରୀରକୁ କାମର ବୋଝରୁ ମୁକ୍ତି ମିଳିଥାଏ । ରାତିରେ ଆମ ଶରୀର ଲାଇଟ୍ (ଆଲୋକ) ଆବଶ୍ୟକ କରି ନଥାଏ । ଯଦି ଶୋଇବା ବେଳେ ଲାଇଟ୍ ଜଳାଇ ରଖନ୍ତି ଏହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଓ ଆଖି ଉପରେ ପଡିଥାଏ । ଯଦି ରାତିରେ କମ୍ପ୍ୟୁଟରରେ କାମ କରୁଥିବେ କିମ୍ୱା ସ୍ୱଳ୍ପ ଆଲୁଅରେ ପାଠ ପଢ଼ୁଥିବେ ତେବେ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ଫଳରେ ମୁଣ୍ଡବ୍ୟଥା ଓ ଆଖିରେ ଜଳାପଡ଼ା ସମସ୍ୟା ଦେଖା ଦେଇପାରେ ।
ଘର ଭିତରେ ଆଲୁଅ ଆଖି ଉପରେ ପ୍ରଭାବ ପକାଇଥାଏ। ନିଦ ଠିକ୍ ରେ ହୋଇ ନଥାଏ। ବାରମ୍ୱାର ନିଦ ଭାଙ୍ଗି ଯାଇଥାଏ । ଏହାର ସିଧା ପ୍ରଭାବ ନିଦ ପରେ ପଡ଼ିଥାଏ । ଫଳରେ ନିଦ୍ରାହିନତା ପରି ସମସ୍ୟା ସୃଷ୍ଟି ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ । ଏହାସହ ମସ୍ତିଷ୍କ ଉପରେ ଚାପ ପଡିଥାଏ । ଯାହା ହୃଦଘାତ ଓ ରକ୍ତଚାପ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/390131.jpeg)
/kanak/media/post_attachments/wp-content/uploads/2018/06/356441-sleep-300x171.jpg)
/kanak/media/post_attachments/wp-content/uploads/2018/06/n-LIGHT-ON-SLEEP-628x314-300x150.jpg)