ଭାରତର ଏପରି କିଛି ଅଶୁଣା ଅକୁହା କଥା ଯାହା ଆପଣଙ୍କୁ ଭାରତୀୟ ରୂପେ ଗର୍ବାନ୍ୱିତ କରିବ ! ଦୁନିଆଠାରୁ ଖାସ୍ ଏବଂ ଅଲଗା କରିଥାଏ ଭାରତର ଏହି କିଛି କାର୍ଯ୍ୟ ।

534

ଭାରତ ପ୍ରତି କ୍ଷେତ୍ରରେ ନିଜକୁ ସର୍ବୋତ୍ତମ ସାବ୍ୟସ୍ତ କରିବାରେ କୌଣସି ମଉକା ଛାଡିନାହିଁ । ଆମ ଦେଶ କିଛି କ୍ଷେତ୍ରରେ ଏଭଳି ଉନ୍ନତୀ କରିଛି ଯାହାକୁ ଆଉ କେଉଁ ଦେଶ ମଧ୍ୟ କରିପାରିବେ ନାହିଁ । ଆସନ୍ତୁ ଜାଣିବା ଭାରତ ସହ ଜଡିତ ଏଭଳି କିଛି ବିଷୟ ବିଷୟରେ ଯାହାକୁ ଶୁଣି ଆପଣ ମଧ୍ୟ ଗର୍ବରେ କହି ଉଠିବେ “ମୁଁ ଭାରତ ମା’ର ସନ୍ତାନ” ।  • ସର୍ବ ପ୍ରଥମେ ଭାରତରେ ଆରମ୍ଭ ହୋଇଥିଲା ଚେଶ୍ ଖେଳ ।

• ବୀଜଗଣିତ,ତ୍ରିକୋଣମିତି ଏବଂ ଗଣନ ପ୍ରଥମେ ଭାରତରୁ ହିଁ ଆରମ୍ଭ ହୋଇଥିଲା ।

• ଭାରତ ହିଁ ସବୁଠାରୁ ବଡ ଲୋକତନ୍ତ୍ରିକ ରାଷ୍ଟ୍ର ଯାହାର ଜନତା ହିଁ ରାଷ୍ଟ୍ରକୁ ଶାସନ କରିବାର କ୍ଷମତା ରଖିଥାନ୍ତି ।

• ଦୁନିଆରେ ଇଂରାଜୀ କହିବା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଆସିଥାଏ ।

• ଭାରତୀୟ ରାଷ୍ଟ୍ରୀୟ କବାଡି ଟିମ୍ ସବୁ ବିଶ୍ୱ କପ୍ ଜିତିବାରେ ସଫଳ ହୋଇଛି ।

• ଭାରତୀୟ ରେଳବାଇ ବେକାରଙ୍କୁ ରୋଜଗାରକ୍ଷମ କରିବାରେ ସବୁଠୁ ଆଗରେ ରହିଛି ।

• ଦୁନିଆର ସବୁଠାରୁ ବଡ ସ୍କୁଲ ଭାରତରେ ଅବସ୍ଥିତ । ଯେଉଁଠାରେ ପ୍ରତ୍ୟେକ ବର୍ଷ ୫୦,୦୦୦ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ପଢନ୍ତି । ଏହି ସ୍କୁଲର ନାଁ ସିଏମଏସ୍ ଯାହା ଲକ୍ଷେ୍ନøରେ ଅବସ୍ଥିତ ।

• ହସର କଥା କିନ୍ତୁ ଦୁନିଆରେ ସବୁଠାରୁ ବଡ ପରିବାର ଭାରତରେ ହିଁ ଅଛି । ଏହି ପରିବାରରେ ଜଣେ ବ୍ୟକ୍ତିଙ୍କର ୩୯ ଜଣ ପତ୍ନୀ ଏବଂ ୯୪ ଜଣ ସନ୍ତାନ ଅଛନ୍ତି ।

• ଅନ୍ୟ ଦେଶ ତୁଳନାରେ ଭାରତରେ ଖୁବ୍ ଅଧିକ ସିନେମା ନିର୍ମାଣ କରାଯାଏ ।

• ଭାରତରେ ସବୁଠାରୁ ବଡ ରୋଡ୍ ନେଟୱାର୍କ ରହିଛି ।

• ଶାମ୍ପୁର ଆବିଷ୍କାର ଭାରତରେ ହିଁ ହୋଇଥିଲା । ଯାହା ଏକ ସଂସ୍କୃତ ଶବ୍ଦ “ଚମ୍ପୁ”ରୁ ଆସିଥିଲା ।

• ଭାରତର କୁମ୍ଭମେଳା ଦୁନିଆରେ ସବୁଠାରୁ ବଡ ମେଳା ଅଟେ । ଅନ୍ତରୀକ୍ଷଠାରୁ ତଳକୁ ଦେଖିଲେ ମଧ୍ୟ ଏହାର ମନୋଲୋଭା ଦୃଶ୍ୟ ଦେଖାଯାଏ ।

• ଭାରତର ତାଜମହଲ ଦୁନିଆର ସପ୍ତମ କିମ୍ବଦନ୍ତୀ(ଅଜୁବା) ନାମରେ ଖ୍ୟାତ ।

• ଭାରତରେ ଅଧିକ ଟି.ଭି.ଚ୍ୟାନେଲ୍ ରହିଛି ।

• ୨୬ ମଇ ୨୦୦୫ ତାରିଖରେ ପୁର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ.ପି.ଜେ ଅବଦୁଲ୍ କଲାମ୍ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯାଇଥିଲେ ଏବଂ ଏହି ଦିନକୁ ହିଁ ସ୍ୱିଜରଲ୍ୟାଣ୍ଡରେ “ବିଜ୍ଞାନ ଦିବସ” ରୁପେ ପାଳନ କରାଯାଏ ।

• ବୃହତ୍ ଦୁଧ ଉତ୍ପାଦନ କ୍ଷେତ୍ର ହେଉଛି ଭାରତ ।

• ଭାରତୀୟ ସେନା ଦୁନିଆର ତୃତୀୟ ବଡ ସେନାର ମାନ୍ୟତା ପାଇବାରେ ସଫଳ ହୋଇଛି ।

• ଭାରତରେ ହିଁ ମାର୍ଶଲ ଆର୍ଟସ୍ର ଶୁଭାରମ୍ଭ ହୋଇଥିଲା ।

• ଯୋଗ କଳାର ଦେଶ ଭାରତ ୫୦୦୦ ବର୍ଷରୁ ଅଧିକ ସମୟରୁ ଏଠାରେ ଯୋଗକଳାର ଅଦ୍ଭୁଦ କୃତିତ୍ୱ ଦେଖାଯାଏ ।

• ଡାକ୍ତରମାନଙ୍କ ଦ୍ୱାରା କରାଯାଉଥିବା ସର୍ଜରୀର ସଂରଚନା ଭାରତରେ ହିଁ ହୋଇଥିଲା । ଖ୍ରୀଷ୍ଟପୂର୍ବ ୬୦୦ରେ ଶୁଶ୍ରୁତ ନାମକ ଜଣେ ମୁନୀ ପ୍ଲାଷ୍ଟିକ ସର୍ଗରୀ କରିବାରେ ପ୍ରଥମ ଥିଲେ ।