ଆପଣଙ୍କ କେଶ ପତଳା ହୋଇ ଯାଉଛି କି, ଲଗାନ୍ତୁ ୪ ପ୍ରକାର କେଶ ମାସ୍କ ! କେଶ ଶୀଘ୍ର ହେବ ମୋଟା

169

ଆମର ଦୈନନ୍ଦିନ ଜୀବନ ଏତେ ବ୍ୟସ୍ତବହୁଳ ହୋଇଯାଇଛି ଯେ ଆମେ କାମ ବ୍ୟତୀତ ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେଇ ପାରୁନାହାନ୍ତି । ଯାହାଦ୍ୱାରା ଆମ ଚେହେରାର କ୍ଷତି ହେବା ସହ କେଶକୁ ମଧ୍ୟ କ୍ଷତି ସହିବାକୁ ପଡୁଛି । କେଶ ପତଳା ହେବା ଆଜିକାଲିର ଏକ ସାଧାରଣ ସମସ୍ୟା ହୋଇଯାଇଛି । ଏବେ ସମସ୍ତେ ଏହି ରୋଗର ଶିକାର ହେୁଛନ୍ତିି । ଧୀରେ ଧୀରେ କେଶ ଝଡିବା ଦ୍ୱାରା ଆମର ଭିତର ଚର୍ମ ଦେଖାଯାଏ । ତେଣୁ ଆପଣ ସମୟ ଥାଉ ଥାଉ କିଛି ଉପାୟ ଆପଣାଇ ଏଥିରୁ ରକ୍ଷା ପାଆନ୍ତୁ । ଆଜି ଆମେ ଆପଣଙ୍କୁ କିଛି କେଶ ମାସ୍କ ବିଷୟରେ ଜଣାଇବୁ ।

ଅଣ୍ଡା ଓ ଘିଅକୁଆଁରୀ ମାସ୍କ-

ଅଣ୍ଡା ଓ ଘିଅକୁଆଁରୀ କେଶକୁ ମୋଟା କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଅଣ୍ଡା ସହ ୨ ଚାମଚ ଘିଅକୁଆରୀ ରସ ମିଶାଇ ଏକ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାନ୍ତୁ ଓ ୧ ଘଣ୍ଟା ପରେ କେଶ ଧୋଇଦିଅନ୍ତୁ । ପରେ କେଶକୁ ସାମ୍ପୋ କରିନିଅନ୍ତୁ । ପ୍ରତି ସପ୍ତାହରେ ଏପରି ଥରେ କରନ୍ତୁ ।

ମେଥିର କେଶ ମାସ୍କ-

ମେଥି କେବଳ ରୁପି ଦୂର କରେନି ଏହା କେଶମୂଳକୁ ମଧ୍ୟ ମଜଭୂତ କରେ । ରାତିସାରା ମେଥିଦାନାକୁ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ତାକୁ ବାଟି କିଛି ଦହି ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଥଣ୍ଡା ପାଣିରେ ମୁଣ୍ଡ ଧୋଇଦିଅନ୍ତୁ ।

କଦଳୀ ମାସ୍କ-

ବହୁତ ପୋଷଣ ପାଇଁ କେଶ ମୂଳରୁ ମୋଟା ହେବା ଦରକାର । ଏଥିପାଇଁ ଏକ ପାଚିଲା କଦଳୀକ, ୨ ଚାମଚ ଜାଇତୁନ ତେଲ , ୨ ଚାମଚ ଲେମ୍ବୁ ରସ ଓ ୨ ଚାମଚ ନଡିଆ ତେଲ ମିଶାନ୍ତୁ । ଏହି ପେଷ୍ଟକୁୁ କେଶରେ ଲଗାଇ ୧୫ ମିନିଟ ଛାଡିଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ ।

ଦହି କେଶ ମାସ୍କ-

ଦହିରେ ଏନାଜାଈମ ଥିବାରୁ ଏହା ଶରୀର ପାଇଁ ଭଲ । ଏଥିରେ କଶ ମଜଭୁତ ରହେ ଓ କେଶ ଝଡିବା ବନ୍ଦ ହୋଇଯାଏ । ଏକ କପ ଦହିରେ, ୧ ଚାମଚ ମହୁ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ କେଶରେ ଲାଗାନ୍ତୁ ଏବଂ ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ ।