09ବିଦେଶରେ ଯେଉଁ ଦ୍ରବ୍ୟର ବ୍ୟବହାର ପାଇଁ ବ୍ୟାନ୍ ଲାଗିଯାଇଛି ସେହି ଦ୍ରବ୍ୟ ଆମ ପ୍ରଗତିଶୀଳ ଦେଶରେ ବିନା କୌଣସି ରୋକଟୋକରେ ଭାରତର ଗଳିଗଳିରେ ଖୁଲମଖୁଲା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏହି ଦ୍ରବ୍ୟ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏହାର ଲଗାତାର ବ୍ୟବହାର ଭବିଷ୍ୟ ପାଇଁ ଅନେକ ବଡ ବଡ ରୋଗକୁ ଜନ୍ମ ଦେଇଥାଏ । ତେବେ ଆସନ୍ତୁ ଏହି ସବୁ ସାମଗ୍ରୀ ବିଷୟରେ ଆଜି ଜାଣିବା ।
1 . ଯନ୍ତ୍ରଣା ନିବାରଣ କରୁଥିବା ମେଡିସିନ୍ (ପେନକିଲର୍ ): ଯନ୍ତ୍ରଣା ନିବାରଣ କରୁଥିବା ମେଡିସିନ୍ ବିଦେଶରେ ସବୁଦିନ ପାଇଁ ବ୍ୟାନ୍ କରାଯାଇଛି । ଏହାର କାରଣ ଏହି ମେଡିସିନ୍ ଭବିଷ୍ୟତରେ ଅନେକ ରୋଗ ସୃଷ୍ଟି କରିବାର କାରଣ ପାଲଟିପାରେ । ଏହି ମେଡିସିନ୍ କିଡନୀ ଏବଂ କେତେ ପ୍ରକାରର ରୋଗକୁ ସୃଷ୍ଟି କରିଥାଏ ।
2 . ଅନପାଶ୍ଚରାଇଜଡ୍ କ୍ଷୀର : ଅନପାଶ୍ଚରାଇଜଡ୍ କ୍ଷୀରରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ମହଜୁଦ୍ ଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଜୀବନ ନାଶକ ହୋଇଥାଏ । ବିଦେଶରେ ବହୁ ବର୍ଷରୁ ଅନପାଶ୍ଚରାଇଜଡ୍ କ୍ଷୀର ଉପରେ ବ୍ୟାନ୍ ଲଗାଇ ଦିଆଯାଇଛି । କିନ୍ତୁ ଭାରତରେ ଏହି କ୍ଷୀର ଖୁବ୍ ସହଜରେ ମିଳିଯାଏ ।
3 . ରେଡବୁଲ୍ : ମାର୍କେଟରେ ସହଜରେ ମିଳୁଥିବା ଏନର୍ଜୀ ଡ୍ରିଙ୍କ୍ ରେଡବୁଲ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ଅଟେ । ଏହି ଡ୍ରିଙ୍କ୍ କୁ ପିଇବା ପରେ କିଛି ସମୟ ପାଇଁ ଶରୀର ଫୁର୍ତ୍ତିଲା ଲାଗେ । କିନ୍ତୁ ଏହାର ଲଗାତାର ସେବନ ଶରୀରରେ ଡିପ୍ରେସନ୍ ,ହାଇପର୍ ଟେନସନ୍ ଏବଂ ହୃଦୟ ରୋଗକୁ ଜନ୍ମ ଦେଇଥାଏ ।
4 . ଲାଇଫ୍ ବଏ ସାବୁନ୍ : ଲାଇଫ୍ ବଏ ସାବୁନ୍ ଭାରତରେ ଅଧିକ ବିକ୍ରି ହେଉଥିବା ସାବୁନ୍ ଭିତରୁ ଗୋଟିଏ । ଯାହା ତ୍ୱଚା ସମ୍ବନ୍ଧୀୟ ରୋଗକୁ ଜନ୍ମ ଦେଇଥାଏ । ତେବେ ଆପଣଙ୍କୁ କହିରଖୁଛୁ ବିଦେଶର କିଛି ସ୍ଥାନରେ ଏହି ସାବୁନ୍ କୁ ପଶୁମାନଙ୍କୁ ଗାଧୋଇବା ସମୟରେ ବ୍ୟବହାର କରାଯାଏ ।
5 . ଜେଲି ଚକଲେଟ୍ : ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ପିଲାଙ୍କ ଜେଲି ଚକଲେଟ୍ ଏବଂ କିଣ୍ଡରଜଏ ଚକଲେଟ୍ ବିଦେଶରେ ବ୍ୟାନ୍ ହୋଇସାରିଛି । ଏକ ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ଏହି ଚକଲେଟ୍ ଖାଇବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ନେବାରେ ଅସହଜ ଲାଗେ । ତେଣୁ ପିଳାଙ୍କୁ ଏହି ଚକଲେଟ୍ ଠାରୁ ଦୂରେଇ ରଖିବା ଦରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/xx-3.jpg)
/kanak/media/post_attachments/wp-content/uploads/2019/01/Headaches-832900-300x178.jpg)
/kanak/media/post_attachments/wp-content/uploads/2019/01/1_0ViDoBn7nMsPuXg_y4P2KA-300x237.jpeg)
/kanak/media/post_attachments/wp-content/uploads/2019/01/red-bull-500x500-300x200.jpg)
/kanak/media/post_attachments/wp-content/uploads/2019/01/hqdefault-300x225.jpg)
/kanak/media/post_attachments/wp-content/uploads/2019/01/KINDER-JOY-SURPRISE-CHOCOLATE.jpg_350x350-300x170.jpg)