ଫିଡସ୍ ଭଳି ରୋଗକୁ ୧୫ ଦିନରେ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି ! ରୋଗୀକୁ ଏହି ଭୟଙ୍କର ରୋଗରୁ ମୁକ୍ତ କରିବା ପାଇଁ ଆପଣାନ୍ତୁ ଏହି ବିଧି ।

23,310

ଫିଡସ୍ ହେଉଛି ଏକ ମସ୍ତିଷ୍କ ଜନିତ ରୋଗ । ଏହି ରୋଗରେ ରୋଗୀକୁ ଅଚାନକ ବାତ ମାରିଥାଏ ଯାହାପରେ ରୋଗୀର ନିଜ ଉପରୁ ସନ୍ତୁଳନ ବିଗିଡିଯାଏ । ଶରୀରର ପ୍ରତ୍ୟେକ କମ୍ପିବାକୁ ଲାଗିଥାଏ ଏବଂ ଏହି ସମୟରେ କିଛି ଲୋକ ଅସନା ମୋଜା କିମ୍ବା ଜୋତା ଶୁଙ୍ଘାଇ ରୋଗୀକୁ ଠିକ୍ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତୁ ଏହି ଫିଡସ୍ ସହ ଜଡିତ ଥିବା କିଛି ଲକ୍ଷଣ ଏବଂ ଏହାର ପ୍ରତିକାର ସମ୍ବନ୍ଧରେ ଜାଣିବା ।

ମସ୍ତିଷ୍କର ସେଲ୍ ସହିତ ଜଡିତ ହୋଇଥିବା ରୋଗ ହେଉଛି ଫିଡସ୍ । ଏହି ରୋଗରେ ରୋଗୀକୁ ୨ ମିନିଟରୁ ନେଇ ୩୦ ମିନିଟ୍ ପର୍ଯ୍ୟନ୍ତ ବାତ ମାରିଥାଏ । ଏହି ସମୟରେ ରୋଗୀ ମୁର୍ଚ୍ଚା ମଧ୍ୟ ପଳାଏ । ଶରୀରର ଏକ ଅଙ୍ଗରେ ଏହି ବାତ ମାରିବାର ଦେଖାଯାଏ ।

ତେବେ ଏହି ରୋଗର ଲକ୍ଷଣ କ’ଣ?

ପୂର୍ଣ୍ଣ ରୁପରେ କିମ୍ବା ଆଂଶିକ ଭାବେ ବାରମ୍ବାର କେହି ମୁର୍ଚ୍ଚିତ ହେଲେ ଜାଣିନିଅନ୍ତୁ ସେ ଫିଡସ୍ ପ୍ରାରମ୍ଭିକ ସମୟରେ ରହିଛନ୍ତି । ମୁଣ୍ଡ ବୁଲାଇଲେ କିମ୍ବା ଆଖିଡୋଳା ଘୁରିବୁଲିଲେ ଏହା ମଧ୍ୟ ଫିଡସ୍ ର ଏକ ଲକ୍ଷଣ । ହାତ,ଗୋଡ କିମ୍ବା ଚେହେରାର ମାଂସପେଶୀରେ ଖଦଡା ଲାଗିବା । ମୁର୍ଚ୍ଛାରୁ ଉଠିବା ପରେ ରୋଗୀର ଭ୍ରମ ହେବା ଏବଂ ପେଟରେ ଗଡବଡ ହେବା ।

ଏ ହେଉଛି ଫିଡସ୍ ର ଆୟୁର୍ବେଦିକ ଉପଚାର :

୧ . ରସୁଣ : ରସୁଣରେ ଅନେକ ପ୍ରକାର ଔଷଧିୟ ଗୁଣ ରହିଛି । ଯାହା ଶରୀରର ନାନାଦି ରୋଗକୁ ଦୂର କରିବାରେ ସାହାଯ୍ୟ କରେ । ଫିଡସ୍ ରୋଗକୁ ସମୂଳେ ନାଶ କରିବା ପାଇଁ ୫ ଟି କୋଳ ରସୁଣକୁ ଅଧା କପ୍ ପାଣି ଏବଂ କ୍ଷୀରରେ ମିଶାଇ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ପର୍ଯ୍ୟନ୍ତ ଏହି ମିଶ୍ରଣ ଅଧା ନ ହୋଇଯାଏ । ଏବେ ଏହି ମିଶ୍ରଣକୁ ପ୍ରତିଦିନ ସେବନ କରନ୍ତୁ । ୧୫ ଦିନ ଭିତରେ ଫିଡସ୍ ରୋଗ ସମୂଳେ ନାଶ ହେବ ।

୨ . ତୁଳସୀ : ପ୍ରତିଦିନ ତୁଳସୀ ପତ୍ର ଖାଆନ୍ତୁ ନହେଲେ ଏହାର ରସ ସେବନ କରନ୍ତୁ ଫିଡସ୍ ରୋଗରୁ ମୁକ୍ତି ମିଳିବ ।

୩ . ନଡିଆ ତେଲ : ନଡିଆ ତେଲ ମୁଣ୍ଡରେ ଲଗାଉଥିଲେ ହେଁ ଏହା କେଶ ପାଇଁ ଯେତେ ଭଲ ଶରୀର ପାଇଁ ମଧ୍ୟ ସେତେ ଲାଭଦାୟକ । ନଡିଆତେଲ ଦିନରେ ଗୋଟିଏ ଥର ଏକଚାମଚ ପିଅନ୍ତୁୁ ଫିଡସ୍ ସମସ୍ୟା ରହିବ ନାହିଁ ।

ଫିଡସ୍ ମାରିବା କ୍ଷଣି କରିବେ କ’ଣ?
ଫିଡସ୍ ମାରିବା କ୍ଷଣି ରୋଗୀକୁ ଧିରେ ଧିରେ ତଳେ ଶୁଆଇଦିଅନ୍ତୁ ଯେଭଳି ତାଙ୍କୁ ଯେମିତି କୌଣସି କ୍ଷତ ନଲାଗେ । ୫ ମିନିଟ୍ ରୁ ଅଧିକ ସମୟ ଫଡସ୍ ମାରିଲେ ଆମ୍ବୁଲାନ୍ସ ଡଳାଇବାର ବ୍ୟବସ୍ଥା କରନ୍ତୁ ଏବଂ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ ।

ଫିଡସ୍ ମାରିବା କ୍ଷଣି କ’ଣ କରିବେ ନାହିଁ ?

ରୋଗୀକୁ ଚଟାଣରେ ଶୁଆଇଦେବା ପରେ ନିଜେ ଠିକ୍ କରିବା ପାଇଁ ରୋଗୀର ହାତଗୋଡକୁ ଖୋଲନ୍ତୁ ନାହିଁ ନଚେତ୍ ଏହାର ବିପରୀତ ପ୍ରଭାବ ରୋଗୀ ଉପରେ ହିଁ ପଡିବ । ସମ୍ପୁର୍ଣ୍ଣ ରୁପରେ ଠିକ୍ ହେବା ପରେ ହିଁ ରୋଗୀକୁ କିଛି ଖାଇବାକୁ ଦିଅନ୍ତୁ । ଠିକ୍ ହେବା ଅବସ୍ଥାରେ ଡାକ୍ତରଖାନାରୁ ଘରକୁ ଆଣିବାକୁ ଚେଷ୍ଟା କରନ୍ତୁ ନାହିଁ ।