ଘରେ ଝିଟିପିଟି ଆତଙ୍କ ମଚାଉଛନ୍ତି କି? ହସନ୍ତୁ ନାହିଁ ଏହି ଅସୁବିଧା ଖାଲି ଆପଣଙ୍କର ନୁହଁ ସମସ୍ତଙ୍କ ଘରେ ଦେଖାଯାଉଛି । ତେବେ ଏହି ଝିଟିପିଟି ତ ସବୁ ଋତୁରେ ଦେଖାଯାନ୍ତି କିନ୍ତୁ ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ସହି ନ ପାରି ଏମାନେ ବାହାରକୁ ବାହାରି ଆସନ୍ତି ଏବଂ ଏ ଘରକୁ ସେ ଘର ଘୁରି ବୁଲନ୍ତି । ତେବେ କିଛି ଘରୋଇ ଉପାୟ ଆପଣାଇଲେ ଏହି ଅସୁବିଧାରୁୁ ମୁକ୍ତି ମିଳିପାରିବ ।
୧. ସର୍ବପ୍ରଥମେ ଏକ ବୋତଲରେ ପିଆଜ ଏବଂ ରସୁଣର ରସ ନେଇଯାଆନ୍ତୁ । ବର୍ତ୍ତମାନ ଏହି ବୋତଲରେ ଅଳ୍ପ ପାଣି ମିଶାଇ ଏହାକୁ କିଛି ସମୟ ପାଇଁ ରଖନ୍ତୁ । ଏବେ ଏହି ପାଣିକୁ ଭଲରେ ହଲାଇ ଝିଟିପିଟି ଆସୁଥିବା ସ୍ଥାନରେ ସ୍ପ୍ରେ କରିନିଅନ୍ତୁ ଯାହାଦ୍ୱାରା ଝିଟିପିଟି ସେହି ସ୍ଥାନକୁ ପୁନର୍ବାର ଆସିବେ ନାହିଁ ।
୨. ଏହାଛଡା ଘରର ଯେଉଁ ସ୍ଥାନରେ ଅଧିକ ଝିଟିପିଟି ଦେଖାଯାଆନ୍ତି ସେହିଠାରେ ରସୁଣର ଗୋଟିଏ ପାଖୁଡାକୁ ରଖି ଦିଅନ୍ତୁ ଆଉ ଝିଟିପିଟି ଆସିବେ ନାହିଁ ।
୩. ପିଆଜକୁ କାଟି ଏହାକୁ ଏକ କପଡାରେ ବାନ୍ଧି ଘରର କୋଣରେ ରଖିବା କିମ୍ବା ଲଟକାଇବା ଦ୍ୱାରା ମଧ୍ୟ ଝିଟିପିଟି ଘରେ ପ୍ରବେଶ କରନ୍ତି ନାହିଁ ।
୪. ଗୋଲମରିଚକୁ ମଧ୍ୟ ଆପଣ ଏଥିପାଇଁ ବ୍ୟବହାର କରିପାରିବେ । ପ୍ରଥମେ ଗୋଲମରିଚ ଗୁଣ୍ଡକୁ ଏକ ବୋତଲରେ ପାଣି ସହ ଭର୍ତ୍ତି କରି ରଖନ୍ତୁ । ମଝିରେ ମଝିରେ ଏହି ସ୍ପ୍ରେ’ କୁ ଘରସାରା ପକାଇ ଦିଅନ୍ତୁ । ଦେଖିବେ ଘରେ ଝିଟିପିଟିଙ୍କ ପ୍ରାଦୁର୍ଭାବ କମିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/03-08-2017-03-17-43LIZZARD.jpg)
/kanak/media/post_attachments/wp-content/uploads/2018/06/dnfkdf-300x199.jpg)
/kanak/media/post_attachments/wp-content/uploads/2018/06/Black-Pepper-300x200.jpg)