ସେଲ୍ଫିକୁ କରନ୍ତୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ପାସୱାର୍ଡ ! ଚେହେରା ଦେଖାଇବା କ୍ଷଣି ହୋଇଯିବ ପେମେଣ୍ଟ ।

61

ମାଷ୍ଟରକାର୍ଡ ଏଭଳି ଏକ ଆପ୍ଲିକେସନ୍ ବାହାର କରିବାକୁ ଯାଉଛି ଯେଉଁଥିରେ ଚେହେରା ଦେଖାଇବା କ୍ଷଣି ଅନଲାଇନ୍ ପେମେଣ୍ଟ ଭଳି କାର୍ଯ୍ୟ ହୋଇଯିବ । ଏହି ଆପ୍ଲିକେସନକୁ ବ୍ୟବହାର କରୁଥିବା ୟୁଜର ଫୋନକୁ ଏହିଭଳି ଭାବରେ ଧରିପାରିବେ ଯେଭଳି ସେଲ୍ଫି ଉଠାଉଛନ୍ତି । ତେବେ ମାଷ୍ଟରକାର୍ଡର ସୁରକ୍ଷା କରୁଥିବା ବିଶେଷଜ୍ଞ ଅଜୟ ଭଲ୍ଲା କହିଛନ୍ତି ଯେ ସେଲ୍ଫିକୁ ପସନ୍ଦ କରୁଥିବା ଯୁବପିଢିଙ୍କୁ ଏହି ଆପ୍ ଖୁବ୍ ପସନ୍ଦ ଆସିବ ।

ପେନ୍ ଟେଷ୍ଟ୍ ପାର୍ଟନର୍ସର ସୁରକ୍ଷା ବିଶେଷଜ୍ଞ କେନ୍ ମୁନରୋଙ୍କ କହିବାନୁସାର,ଗୁଗୁଲ ପ୍ରଥମରୁ ଫେସିଆଲ୍ ରେକୋଗ୍ନିସନ୍ ଟେକନିକ୍ ବ୍ୟବହାର କରି ଏଣ୍ଡ୍ରୋଏଡ୍ ଫୋନରେ ଏଭଳି ଆପ୍ ବ୍ୟବହାର ଆଗରୁ କରିସାରିଛି କିନ୍ତୁ ଏହି ଆପରେ କିଛି ସମସ୍ୟା ମଧ୍ୟ ଦେଖାଦେଇଥିଲା । ସେ କହିଥିଲେ, କ୍ୟାମେରା ସାମ୍ମାରେ କାହାର ଫଟୋ ରଖିଲେ ମଧ୍ୟ ଫୋନ୍ ଲକ୍ ଖୋଲିଯାଏ । ଏଥିରେ ବହୁତ ଗୁଡିଏ ସମସ୍ୟା ଦେଖାଦେଇଥିଲା । ମାଷ୍ଟରକାର୍ଡ ଆପ୍ଲିକେସନରେ ୟୁଜରଙ୍କୁ ଆଖି ମାରିବାକୁ କୁହାଯାଏ ଯେଉଁଥିରେ ଜଣାପଡେ ଯେ ବାସ୍ତବରେ ସଠିକ୍ ବ୍ୟକ୍ତି ହିଁ ଫୋନକୁ ବ୍ୟବହାର କରୁଥିବାର ସୁଚନା ମିଳିଥାଏ । କିନ୍ତୁ ଏହି ତରିକାରେ ମଧ୍ୟ ଧୋକାବାଜି ହେବାର ଚାନ୍ସ ରହିଛି । ଏମିତିରେ ଲୋକ ଫଟୋ ସହ ଆନିମେସନ୍ ମଧ୍ୟ ଯୋଡିଦେଲେ ଲକ୍ ଫିଟିଯିବ ।

ମାଷ୍ଟରକାର୍ଡ ସୁରକ୍ଷିତ କୋଡର ଫେସିଆଲ୍ ରେକୋଗ୍ନାଇଜେସନକୁ ଚିହ୍ନଟ କରିବାକୁ ବିକଳ୍ପ ଖୋଜୁଛି । ତେବେ ଖୁବଶୀଘ୍ର ଏଭଳି ଏକ ଆପ୍ ଲଞ୍ଚ୍ ହେବାର ଖବର ଶୁଣିବାକୁ ମିଳୁଛି ।