ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ କବାଡିଆ ଦୋକାନରେ ବିକ୍ରି କଲା ଚପରାସି !

41

ଦଶମ ଶ୍ରେଣୀର ୪୨,୪୦୦ ପରୀକ୍ଷା ଖାତା ଏକ କବାଡିଆ ଦେକାନରେ ବିକ୍ରି ହୋଇଥିବା ନେଇ ବିହାରରେ ଚର୍ଚ୍ଚା ଜୋରଧରିଛି । ସ୍କୁଲର ଚପରାସୀ ମାତ୍ର ୮,୫୦୦ ଟଙ୍କା ପାଇଁ ୪୨,୪୦୦ ଖାତା କବାଡିଆ ଦୋକାନରେ ବିକ୍ରି କରିଥିବାର ଅଭିଯୋଗ ହୋଇଛି । ପୋଲିସ କବାଡିଆ ଦୋକାନର ମାଲିକ ଏବଂ ତାର ଜଣେ କର୍ମଚାରୀଙ୍କୁ ଗିରଫ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଜୁନ ୨୦ ତାରିଖରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା କିନ୍ତୁ ପରୀକ୍ଷା ଖାତା ହଜିଯାଇଥିବାରୁ ପରୀକ୍ଷାଫଳ ପ୍ରକାଶ ପାଇପାରିନଥିଲା । ଉଲ୍ଲେଯୋଗ୍ୟ କି, ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଜୁନ ୧୯ ତାରିଖରେ ଏସଏସ ପ୍ଲସ-ଟୁ ହାଇସ୍କୁଲରୁ ଖାତା ହଜିଯାଇଥିବା ମାମଲା ସମ୍ନାକୁ ଆସିଥିଲା । ଏନେଇ କଲେଜର ପ୍ରିନ୍ସପାଲ ପ୍ରମୋଦ କୁମାର ଶ୍ରୀବାସ୍ତବ, ଚପରାସି ଛଟୁ ସିଂହ ଏବଂ ସେଠାରେ ଉପସ୍ଥିତ ଥିବା ଗାର୍ଡ ନାଁରେ ପୋଲିସ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଛଟୁ ସିଂହ ଏବଂ ଗାର୍ଡକୁ ଗିରଫ କରି ପଚରାଉଚରା କରିବା ପରେ ଏହି ମାମଲା ସମ୍ନାକୁ ଆସିଥିଲା ।

ପୁଲିସଙ୍କ କହିବା ଅନୁସାରେ, ପରୀକ୍ଷା ଫଳ ବାହାରିବାର ୧୮ ଦିନ ପୁର୍ବରୁ ଚପରାସି ଏକ କବାଡିଆ ଦୋକାନକୁ ଫୋନ କରି ଖାତା ବିକ୍ରି କରିବା କଥା କହିଥିଲେ । ଏହାପରେ ଏକ ଅଟୋ ମାଧ୍ୟମରେ ସମସ୍ତ ପରୀକ୍ଷା ଖାତାକୁ ଲଦି ଦୋକାନକୁ ନେଇ ବିକ୍ରି କରିଥିଲେ । ପରେ ପୋଲିସ ୧୨୧ କିଲୋଗ୍ରାମର ଖାତାକୁ ସେହି କବାଡିଆ ଦୋକାନରୁ ଜବତ କରିଛି । ଖାତା ଜବତ ହେବା ପରେ ଜୁନ ୨୬ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ କର୍ତୁପକ୍ଷଙ୍କ ତରଫରୁ ଜଣାପଡିଛି ।