ବଜାରରେ ନକଲି ୧୦୦ ଟଙ୍କିଆ ନୋଟ୍ ର ସଂଖ୍ୟା ସବୁଠାରୁ ଅଧିକ : ଆରବିଆଇ ଦେଲା ସୂଚନା । ଏଭଳି ଜାଣନ୍ତୁ ନୋଟ୍ ଅସଲି ନା ନକଲି ?

52

ରିଜର୍ଭ ବ୍ୟାଙ୍କର କହିବାନୁସାରେ, ବଜାରରେ ମହଜୁଦ୍ ଥିବା ନକଲି ମୁଦ୍ରାରେ ୧୦୦ ଟଙ୍କିଆ ନୋଟ୍ ର ସଂଖ୍ୟା ସବୁଠାରୁ ଅଧିକ । ସେଥିପାଇଁ ଏହାକୁ ନେଇ ସବୁଠାରୁ ଅଧିକ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ଅଛି । ୧୦୦ ଟଙ୍କିଆ ନୋଟ୍ ଅସଲି ନା ନକଲି, ଏହାର ଚିହ୍ନଟ କିଛି ବିଶେଷ ବିଷୟ ଜାଣି ସହଜରେ କରିପାରିବେ ।

ଏହା ଏକ ଫ୍ଲୋରାଲ ଡିଜାଇନ୍ ଯାହା ୱାଟରମାର୍କ ୱିଣ୍ଡୋ ପାଖରେ ଭର୍ଟିକାଲ ବ୍ୟାଣ୍ଡ ଉପରେ ଥାଏ । ଏଥିରେ ୧୦୦ ଲେଖା ହୋଇଥାଏ । ଯାହା ନୋଟ୍ ର ଉଭୟ ପାଶ୍ୱର୍କୁ ମିଶାଇ ପୁରା ହୋଇଥାଏ । ଲାଇଟ୍ ରେ ଦେଖିଲେ ୧୦୦ର ସଂପୂର୍ଣ୍ଣ ଆକୃତି ଦେଖାଯାଏ ।

ନୋଟ୍ ରେ ୱାଟରମାର୍କ ଦେଖିବା ଜରୁରୀ । ୱାଟରମାର୍କରେ ହାଲୁକା ଶେଡ୍ ରେ ଗାନ୍ଧୀଜୀଙ୍କ ଫଟୋ ଥାଏ । ସେଇଠି ୧୦୦ ଲେଖା ହୋଇଥାଏ । ଏହାକୁ ଲାଇଟ୍ ରେ ବି ଦେଖାଯାଇପାରିବ ।

ନୋଟ୍ ର ତଳେ ଚକମକ ସ୍ୟାହିରେ ନମ୍ବର ଲେଖା ହୋଇଥାଏ । ଏଥିରେ ଅପ୍ଟିକଲ୍ ଫାଇବର ବି ଥାଏ, ଯାହାକୁ ଅଲଟ୍ରା ଭାଉଲେଟ୍ ଲାଇଟରେ ଦେଖାଯାଇପାରିବ ।

ନୋଟ୍ ରେ ୨ଏମଏମ୍ ର ସୁରକ୍ଷା ପଟି ଲାଗିଥାଏ , ଯାହା ଉପରେ ଭାରତ ଓ ଆରବିଆଇ ଲେଖା ହୋଇଥାଏ । ଭିନ୍ନ ଭିନ୍ନ କୋଣରୁ ଏହା ନୀଳ ଓ ସବୁଜ ରଙ୍ଗ ଦେଖା ଦେଇଥାଏ । ଲାଇଟ୍ ରେ ଦେଖିଲେ ସଂପୂର୍ଣ୍ଣ ରେଖା ଦେଖାଯାଇଥାଏ ।

ଇନ୍ତାଲିୟୋ ପ୍ରିଂଟିଙ୍ଗ କାରଣରୁ ମହାତ୍ମା ଗାନ୍ଧୀଙ୍କ ଫଟୋ, ଅଶୋକ ସ୍ତମ୍ଭ ଓ ଗଭର୍ଣ୍ଣରଙ୍କ ଦସ୍ତଖତ ଉପରକୁ ଉଠିଲା ଭଳି ଦେଖାଯାଏ । ନକଲି ନୋଟ୍ ରେ ଏମିତି ହୋଇନଥାଏ । ଏହାକୁ ଛୁଇଁ ଅନୁଭବ କରି ହେବ ।

ନୋଟ୍ ଉପରେ ଏକ ବିଶେଷ ପ୍ରକାରର ଆଇଡେଣ୍ଟିଫିକେସନ୍ ମାର୍କ ଥାଏ । ୧୦୦ ଟଙ୍କିଆ ନୋଟ୍ ରେ ଏହା ତ୍ରିକୋଣ ଆକାରର ଥାଏ, ଯାହା ବାମ ପଟେ ଅଶୋକ ସ୍ତମ୍ଭ ଉପରେ ଭର୍ଟିକଲ୍ ବ୍ୟାଣ୍ଡ ଉପରେ ତିଆରି ହୋଇଥାଏ ।

ନୋଟ୍ ର ପଛ ପଟେ ପ୍ରିଣ୍ଟିଙ୍ଗର ବର୍ଷ ଛପା ହୋଇଥାଏ ।