ଏବେ ଆସିବ ନାହିଁ ୧୦୦ ଟଙ୍କିଆ ନୂଆ ନୋଟ ! ବଜାରକୁ ଆସିବାରେ ହୋଇପାରେ ଏକ ବର୍ଷ ବିଳମ୍ବ, ଜାଣନ୍ତୁ କଣ ରହିଛି କାରଣ ।

56

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ୧୦୦ ଟଙ୍କିଆ ନୋଟ ଖୁବ ଶିଘ୍ର ବଜାରକୁ ଆସିବ ବୋଲି କହିଥିଲା । କିନ୍ତୁ ବଜାରକୁ ଏହି ନୋଟ ଆସିବା ପାଇଁ ଆହୁରି ଏକ ବର୍ଷ ଲାଗିବ । କାରଣ ୧୦୦ ଟଙ୍କିଆ ନୋଟକୁ ବ୍ୟବହାର କରିବା ପାଇଁ ଏଟିଏମ ଗୁଡିକୁ ଉପଯୋଗୀ କରାଯାଇନାହିଁ । ୧୦୦ ଟଙ୍କିଆ ନୋଟକୁ ଏଟିଏମରେ ବ୍ୟବହାର କରିବାକୁ ହେଲେ କମ୍ପାନୀ ମାନଙ୍କୁ ଦେଶରେ ପ୍ରାୟ ୨.୪ ଲକ୍ଷ ଏଟିଏମକୁ ରିକୋଲାବ୍ରେଟ କରିବାକୁ ପଡିବ । ନୂଆ ୧୦୦ ଟଙ୍କିଆ ନୋଟ ପୁରୁଣା ନୋଟ ଠାରୁ ଆକାରରେ ଅଲଗା ଏବଂ ଭିନ୍ନ ହୋଇଥିବାରୁ ଏଟିଏମ ଗୁଡିକୁ ରିକୋଲାବ୍ରେଟ କରିବା ଜରୁରି ।

ସୂଚନାଯୋଗ୍ୟ କି, ପୂର୍ବରୁ ମଧ୍ୟ ୨ଶହ ଟଙ୍କିଆ ନୋଟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ଏଟିଏମ ଗୁଡିକୁ ରିକୋଲାବ୍ରେଟ କରିବାକୁ ପଡିଥିଲା । ପ୍ରଥମ କରି ବଜାରକୁ ଆସିଥିବା ୨ଶହ ଟଙ୍କିଆ ନୋଟ ପାଇଁ ଦେଶରେ ସମସ୍ତ ଏଟିଏମ ଗୁଡିକୁ ସମ୍ପୁର୍ଣ୍ଣ ଭାବେ ରିକୋଲାବ୍ରେଟ କରାଯାଇନଥିବା ବେଳେ ଏବେ ୧୦୦ ଟଙ୍କିଆ ନୋଟ ଏଟିଏମ କମ୍ପାନୀ ମାନଙ୍କ ଚିନ୍ତା ବଢାଇଦେଇଛି ।

ବ୍ୟାଙ୍କ ଅଧିକାରୀଙ୍କ କହିବା ଅନୁସାରେ, ୧୦୦ ଟଙ୍କିଆ ନୋଟ ହିସାବରେ ୨.୪ ଲକ୍ଷ ଏଟିଏମ ଗୁଡିକୁ ରିକୋଲାବ୍ରେଟ କରିବାରେ ପ୍ରାୟ ୧୨ ମାସ ଲାଗିବ ଏବଂ ଅତି କମରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ବ୍ୟବହାର ହେଉଥିବା ୧୦୦ ଟଙ୍କିଆ ନୋଟ ଅପେକ୍ଷା ନୂଆ ନୋଟ ଛୋଟ ଏବଂ ୧୦ ଟଙ୍କିଆ ନୋଟ ଠାରୁ ଅଳ୍ପ ବଡ ହୋଇଥିବାରୁ ଏହା ଏଟିଏମରେ ଠିକଭାବେ ଫିଟ ହେବ ନାହିଁ ତେଣୁ ସବୁ ଏଟିଏମ ଗୁଡିକୁ ରିକୋଲାବ୍ରେଟ କରିବା ପରେ ୧୦୦ ଟଙ୍କିଆ ନୋଟ ବଜାରକୁ ଆସିପାରିବ । ଆରବିଆଇର କହିବା ଅନୁସାରେ ନୂଆ ନୋଟ ବଜାରକୁ ଆସିବା ପରେ ମଧ୍ୟ ପୁରୁଣା ୧୦୦ ଟଙ୍କିଆ ନୋଟ ବଜାରରେ ପୂର୍ବଭଳି ଚାଲି ପାରିବ ।